fbpx

ବିଶ୍ୱର ଅନ୍ୟତମ ଧନୀ ଏଲନ ମସ୍କଙ୍କ କମ୍ପାନୀକୁ ନେଇ ବଢ଼ିଲା ଆଶଙ୍କା, ଜାଣନ୍ତୁ ଏନେଇ କ’ଣ କହିଲେ କମ୍ପାନୀର CEO

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ବିଦ୍ୟୁତ କାର ନିର୍ମାଣକାରୀ କମ୍ପାନୀ ଟେସଲାର ପ୍ରତିଷ୍ଠାତା ଏଲନ ମସ୍କଙ୍କୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି । ଏଲନଙ୍କ କମ୍ପାନୀ ସ୍ପେସଏକ୍ସ ଦେବାଳିଆ ହୋଇଯିବା ନେଇ ଏକ ଖବର ଶୁଣାଯାଉଛି । ତେବେ ଏହାକୁ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ ଏହାର ଜବାବ ରଖିଛନ୍ତି ।

ସେ କହିଛନ୍ତି ଯେ, ଯଦି ଆଗାମୀ ସମୟରେ ଗ୍ଲୋବାଲ ସ୍ଲୋ ଡାଉନ କାରଣରୁ ପୁଞ୍ଜିର ଉପଲବ୍ଧତା ହ୍ରାସ ପାଏ, ତେବେ ସ୍ପେସଏକ୍ସକୁ ଷ୍ଟାରଲିଙ୍କ ଓ ଷ୍ଟାରଶିପ ଉପରେ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ । କମ୍ପାନୀ ଷ୍ଟାରଲିଙ୍କ ଓ ଷ୍ଟାରଶିପ ଉପରେ ବହୁମାତ୍ରାରେ ଅର୍ଥ ଖର୍ଚ୍ଚ କରୁଥିବାରୁ କମ୍ପାନୀ ଦେବାଳିଆ ଅବସ୍ଥାକୁ ଚାଲି ଯାଇପାରେ ବୋଲି ମସ୍କ କହିଥିଲେ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ସେମିକଣ୍ଡକ୍ଟର ସଙ୍କଟ ଦେଖାଦେଇଥିବା ବେଳେ ଟେସଲା ପରି ଆଡଭାନ୍ସ କାର କମ୍ପାନୀ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଟେସଲା କାର ବିଷୟରେ କିଛି ୟୁଜର୍ସ ଏଲନଙ୍କୁ ଟ୍ୱିଟରରେ ପ୍ରଶ୍ନ କରିଥିଲେ । ତେବେ ଚଳିତ ବର୍ଷ ସପ୍ଲାଇ ଚେନକୁ ନେଇ ସେ ସଙ୍କଟରେ ରହିଥିବା ଏଲନ ଜବାବ ଦେଇଥିଲେ । ଏହି ଖବରକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.