fbpx

ଲୋକସଭା-ରାଜ୍ୟସଭା ସ୍ଥଗିତ, ସଂସଦ ବାହାରେ ନିଲମ୍ବିତ ସାଂସଦ କଲେ ହଙ୍ଗାମା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବୁଧବାର ଲୋକସଭାରେ କୋଭିଡ୍ ମହାମାରୀ ଉପରେ ସ୍ୱଳ୍ପ ସମୟ ଆଲୋଚନା ପାଇଁ ସମୟ ଆବଣ୍ଟିତ ହୋଇଛି। ଅନ୍ୟପଟେ ସଂସଦରୁ ନିଲମ୍ବିତ କରାଯାଇଥିବା ୧୨ ଜଣ ସାଂସଦ ସଂସଦ ବାହାରେ ଧାରଣା ଦେଇ ବସିଛନ୍ତି ଓ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ୧୨ ଜଣ ସାଂସଦ ଜୋରଦାର ହଙ୍ଗାମା କରୁଥିବା ଦେଖିବାକୁ ମିଳିଛନ୍ତି । ଅନ୍ୟପଟେ ଲୋକ ସଭା ଆରମ୍ଭ ହେବାର ୨୯ ମିନିଟ୍ ପରେ ସ୍ଥଗିତ ରଖାଯାଇଛି ।

ତେବେ ଏହି ନିଲମ୍ବିତ ସାଂସଦଙ୍କ ଧାରଣାକୁ ସମର୍ଥନ କରି କଂଗ୍ରେସର ଲୋକସଭା ଓ ରାଜ୍ୟସଭା ସାଂସଦମଧ୍ୟ ଉପସ୍ଥିତ ରହିଛନ୍ତି । ନିଲମ୍ବିତ ସାଂସଦ ମାନେ କହିଛନ୍ତି ଯେ, ଜନତାଙ୍କ ପ୍ରଶ୍ନ ଆମେ ଉଠାଇବୁ, ଚାଷୀଙ୍କ ପାଇଁ ସ୍ୱର ଉତ୍ତୋଳନ କରିବୁ । କ୍ଷମା କୌଣସି ପରିସ୍ଥିତିରେ ବି ମାଗିବୁ ନାହିଁ । ସଭାପତି ଭେଙ୍କୟା ନାଇଡୁ କ୍ଷମା ପ୍ରାର୍ଥନା ନକଲେ ନିଲମ୍ବନ ପ୍ରତ୍ୟାହାର ହେବ ନାହିଁ ବୋଲି ସଫା ସଫା କହିଛନ୍ତି ।

Get real time updates directly on you device, subscribe now.