fbpx

ଓମିକ୍ରନ ରିସ୍କ ଦେଶରୁ ଓଡ଼ିଶାକୁ ଆସିଛନ୍ତି ୩୮୦ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓମିକ୍ରନ ‘ଆଟ୍ ରିସ୍କ’ ଦେଶରୁ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଓଡ଼ିଶାକୁ ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ୨୯ ତାରିଖରେ ୧୫୬ ଜଣ ଓଡ଼ିଶାକୁ ଆସିଛନ୍ତି । ସମସ୍ତ ପ୍ରକାର ଟେଷ୍ଟ ପରେ ରାଜ୍ୟକୁ ସେମାନେ ଫେରିଛନ୍ତି । ନେଗେଟିଭ ଥିଲେ ୭ ଦିନ ସଙ୍ଗରୋଧରେ ରହିବାର ବ୍ୟବସ୍ଥା ହୋଇଛି । ବିଦେଶ ଫେରନ୍ତାଙ୍କ ଲିଷ୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ତାଣ୍ଡବ କରୁଛି । ସେଠାରେ ଦିନକୁ ଦିନ ନୁତନ ପ୍ରଜାତି ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଦକ୍ଷିଣ ଆଫ୍ରିକା ଏବେ ହାଇ ରିସ୍କ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ହୋଇଯାଇଛି । ଖାଲି ଦକ୍ଷିଣ ଆଫ୍ରିକା ନୁହେଁ ବରଂ ମୋଟ ୨୧ ଦେଶରେ ଏବେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ କାୟା ବିସ୍ତାର କରିଛି । ଏବେ ଏହି ହାଇ ରିସ୍କ ଦେଶରୁ ଭାରତକୁ ଫେରିଥିବା ଯାତ୍ରୀଙ୍କ କରାଯାଇଥିବା କରୋନା ଟେଷ୍ଟ ରିପୋର୍ଟ ଆସିଛି । ୩ହଜାର ୪୭୬ ଜଣଙ୍କ ଯାତ୍ରୀଙ୍କ ମଧ୍ୟରୁ ୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.