fbpx

ଏବେ ୧୫ କିମି ବେଗରେ ମାଡ଼ିଆସୁଛି ବାତ୍ୟା ‘ଜୱାଦ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦକୁ ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ ଏଗ ଗୁରୁତ୍ୱପୂର୍ଣ୍ଣ ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ୧୫ କିମି ବେଗରେ ସମୁଦ୍ର ଭିତରେ ଗତି କରୁଛି ବାତ୍ୟା ‘ଜୱାଦ’ । ଏହା ଗୋପାଳପୁରଠାରୁ ୧୩୦ କିମି ଦୂରରେ ରହିଛି । ସେହିପରି ପୁରୀଠାରୁ ୧୮୦ କିମି ଓ ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି ଜୱାଦ । ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ନିକଟବର୍ତ୍ତୀ ହେବ ବାତ୍ୟା ‘ଜୱାଦ’ । ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା ଜାରି କରାଯାଇଛି । ବିଶେଷକରି ଆଜି ସନ୍ଧ୍ୟା ଯାଏ ପ୍ରବଳ ବର୍ଷା ହେବ ।

ତେବେ ବାତ୍ୟା ଜୱାଦ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଗଞ୍ଜାମରେ ସର୍ବାଧିକ ୧୮୫ ମିମି ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ଏଯାଏଁ ୪୨ ମିଲି ବର୍ଷା ରେକର୍ଡ କରାଯାଇଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକ ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି । ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।

Get real time updates directly on you device, subscribe now.