fbpx

ଭାଇ ବାହାଘରରେ ବଳିଯାଇଥିବା ଖାଦ୍ୟକୁ ନେଇ ରାତି ୧ଟା ବେଳେ ଷ୍ଟେସନରେ ପହଞ୍ଚିଲା ଭଉଣୀ, କଲା ଏପରି କାମ…

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଦୁନିଆରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି । ଏହାରି ଭିତରେ କିଛି ଏପରି ଖବର ରହିଛି ଯାହା ସମସ୍ତଙ୍କ ମନ କିଣି ନେଉଛି । ଆଉ ତାହା ପ୍ରେରଣା ଯୋଗାଉଛି । ଏହି କ୍ରମରେ ପଶ୍ଚିମବଙ୍ଗର କିଛି ଫଟୋ ସାମନାକୁ ଆସିଛି ଯେଉଁଥିରେ ଜଣେ ମହିଳା ବଳକା ରହିଯାଇଥିବା ଖାଦ୍ୟ ଆଣି ଭୋକିଲା ମାନଙ୍କୁ ଖାଦ୍ୟ ଦେଉଛି ।

ମହିଳା ଜଣକ ରାଣାଘାଟ ରେଳ ଷ୍ଟେସନରେ ଖାଇବା ପରସି ଭୋକିଲା ଓ ଦୁଃଖୀରଙ୍କୀଙ୍କୁ ଦେଉଛି । ଏଥିରେ ପରିବାର ଲୋକ ମଧ୍ୟ ସାହାଯ୍ୟ କରୁଛନ୍ତି । ଏହି ମହିଳା ଜଣକ ରାତି ଅନ୍ଧାରରେ ସେଲ୍ଟର୍ ହାଉସ୍ ଓ ଷ୍ଟେସନ୍ ପାଖାପାଖି ଅଞ୍ଚଳରେ ଥିବା ଗରିବ ମାନଙ୍କୁ ଖାଦ୍ୟ ଦେଉଛନ୍ତି ।

 

View this post on Instagram

 

A post shared by Calcutta Instagrammers (@ig_calcutta)

ତେବେ ସାଧାରଣତଃ ବିବାହ ଭୋଜିରେ ଅନେକ ପରିମାଣରେ ଖାଦ୍ୟ ତିଆରି ହୋଇଥାଏ । ଲୋକମାନଙ୍କୁ ଖାଦ୍ୟ କମ୍ ପଡ଼ିବ ବୋଲି ଲୋକେ ଅଧିକ ଖାଦ୍ୟ ତିଆରି କରାଯାଇଥାଏ ଓ ପରେ ଯଦି ସେସବୁ ବଳକି ଯାଏ ତାକୁ ଫୋପଡ଼ା ଯାଇଥାଏ । ହେଲେ ପଶ୍ଚିମବଙ୍ଗର ଏହି ମହିଳା ଖାଦ୍ୟକୁ ନଷ୍ଟ ହେବାକୁ ଦେଇନାହାନ୍ତି । ଓଲଟି ସେ ଉକ୍ତ ଖାଦ୍ୟକୁ ଭୋକିଲାଙ୍କୁ ଦେଇଛନ୍ତି । ସେ ରାତି ୧ଟା ବେଳେ ଖାଦ୍ୟ ନେଇ ବାଣ୍ଟିଥିବା ଜଣାପଡ଼ିଛି । ମହିଳାଙ୍କର ଘରେ ବିବାହ ଭୋଜି ଆୟୋଜନ ହୋଇଥିବା ବେଳେ ସେ ସେଥିରେ ବଳକା ରହିଯାଇଥିବା ଖାଦ୍ୟକୁ ଏପରି ଭାବରେ ବାଣ୍ଟି ଦେଇଛନ୍ତି ।

Get real time updates directly on you device, subscribe now.