fbpx

କେନ୍ଦ୍ର ସରକାରଙ୍କ “ହୁନର ହାଟ”: ୫ ବର୍ଷରେ ମିଳିବ ୧୭ ଲକ୍ଷ ନିଯୁକ୍ତି

ନୂଆଦିଲ୍ଳୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏକ ଯୋଜନା ପ୍ରଣୟନ କରାଯାଇଛି । ହୁନର ହାଟ ନାମକ ଏହି ଯୋଜନା ମାଧ୍ୟମରେ ସରକାର ପ୍ରାୟ ୧୭ ଲକ୍ଷ ନୂତନ ଚାକିରି ପ୍ରଦାନ କରିବେ । ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ମୋଦୀ ସରକାରଙ୍କ ଯୋଜନା ଅନୁଯାୟୀ ଆସନ୍ତା ଦୁଇ ବର୍ଷରେ ‘ହୁନର ହାଟ୍’ ମାଧ୍ୟମରେ ଚାକିରୀ କରୁଥିବା ଲୋକଙ୍କ ସଂଖ୍ୟା ୧୭ ଲକ୍ଷକୁ ବୃଦ୍ଧି ପାଇବ ।

ବିଗତ ୫ ବର୍ଷ ମଧ୍ୟରେ ‘ହୁନର ହାଟ୍’ ଦ୍ୱାରା ୭ ଲକ୍ଷରୁ ଅଧିକ କାରିଗର ଓ ଶିଳ୍ପୀମାନଙ୍କୁ ରୋଜଗାର ମିଳିଛି ବୋଲି କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି । ଆଗାମୀ ୫ ବର୍ଷ ମଧ୍ୟରେ ଏହା ୧୭ ଲକ୍ଷ ଲୋକଙ୍କୁ ରୋଜଗାର ଦେବାରେ ଲକ୍ଷ ରଖିଛି ବୋଲି ମୁଖତାର କହିଛନ୍ତି । ଭାରତର ପାରମ୍ପାରିକ ହସ୍ତ ଶିଳ୍ପ, ରୋଷେଇ ଘର ଏବଂ ସଂସ୍କୃତିର ପ୍ରଚାର ପାଇଁ ହୁନର ହାଟ୍ ପଦକ୍ଷେପ ଗ୍ରହଣ କରୁଛି ।

Get real time updates directly on you device, subscribe now.