fbpx

୭ ଦିନରେ ଆକାଉଣ୍ଟକୁ ୧୭୭୦ କୋଟି ଟଙ୍କା ଦେବେ କେନ୍ଦ୍ର ସରକାର; ଉପକୃତ ହେବେ ୩୦ ଲକ୍ଷ କୃଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ମାନଙ୍କ ଆକାଉଣ୍ଟକୁ ପଠାଯିବ ୧୭୭୦ କୋଟି ଟଙ୍କା । ଆସନ୍ତା ୭ ଦିନ ମଧ୍ୟରେ ଏହି ଅର୍ଥ ରାଶି ୨୯.୯୨ ଲକ୍ଷ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିବ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ଅର୍ଥରାଶି ପ୍ରଦାନ କରାଯିବ । ସମୁଦାୟ ୪୭.୬୧ ଲକ୍ଷ ଫସଲ ହାନି ବୀମା ଆବେଦନ ଆସିଥିବା ବେଳେ ୨୭୫୦ କୋଟି ଟଙ୍କା ପ୍ରଦାନ କରାଯିବ । ତେବେ ଆସନ୍ତା ୧ ସପ୍ତାହ ମଧ୍ୟରେ ୨୯.୯୨ ଲକ୍ଷ କୃଷକଙ୍କୁ ୧୭୭୦ କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ବଳକା ୯୭୦ କୋଟି ଟଙ୍କା ଖୁବ ଶୀଘ୍ର ପ୍ରଦାନ କରାଯିବ ।

ମହାରାଷ୍ଟ୍ରରେ ଫସଲ ହାନି କାରଣରୁ ଚାଷୀ ମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ମରୁଡି କାରଣରୁ ସେପ୍ଟେମ୍ବର-ଅକ୍ଟୋବରରେ କମ ବର୍ଷା ହୋଇଥିଲା । ସମାନ କାରଣରୁ ମରୁଡି ପରସ୍ଥିତି ସୃଷ୍ଟି ହୋଇଥିଲା । ଆସନ୍ତା ୭ ଦିନ ମଧ୍ୟରେ ଏହି ଅର୍ଥ ରାଶି ମହାରାଷ୍ଟ୍ରର ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି କୃଷି ଆୟୁକ୍ତ ଅଧିକାରୀ ଧୀରଜ କୁମାର ପ୍ରକାଶ କରିଛନ୍ତି । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଏହି ଅର୍ଥ ଚାଷୀଙ୍କ ନିକଟକୁ ପଠାଯିବ ।

Get real time updates directly on you device, subscribe now.