fbpx

ବାହାଘର ଘୋଡ଼ା ଗାଡ଼ିରେ ଲାଗିଗଲା ନିଆଁ, ତା’ପରେ ହେଲା ଏମିତି, ଦେଖନ୍ତୁ ଭିଡିଓ…

ଘୋଡ଼ାଗାଡ଼ିରେ ସବାର ହୋଇ ବର ବାହରିଥିଲେ ବିବାହ ଶୋଭାଯାତ୍ରାରେ । କିନ୍ତୁ ଘଟିଗଲା ଅଘଟଣ, ଅଳ୍ପକେ ବର୍ତ୍ତିଗଲେ ବର । ହଠାତ୍ ଘୋଡ଼ାଗାଡ଼ିରେ ଲାଗିଗଲା ନିଆଁ । ତେବେ ଏହି ଦୁର୍ଘଟଣା ବଞ୍ଚିଗଲେ ବର ।

ଗୁଜରାଟର ପଞ୍ଚମହଲ ଜିଲ୍ଲାର ଏକ ବାହାଘର ଶୋଭାଯାତ୍ରା ସମୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଆକର୍ଷଣୀୟ ଶୋଭାଯାତ୍ରା ସହ ବାହା ହେବାକୁ ଯାଉଥିବା ଜଣେ ବରଙ୍କର ଘୋଡ଼ାଗାଡ଼ିରେ ନିଆଁ ଲାଗିଯାଇଥିଲା । ହେଲେ ସୌଭାଗ୍ୟବସତଃ ବର ଏବଂ ସେଥିରେ ବସିଥିବା କିଛି ବ୍ୟକ୍ତି ବର୍ତ୍ତିଯାଇଛନ୍ତି । ବର ଘୋଡ଼ାଗାଡ଼ିରେ ବସି ବାଣରୋଶଣୀ ସହ ନାଚକୁଦ କରି ବରଯାତ୍ରୀମାନେ ବିବାହସ୍ଥଳକୁ ଯାଉଥିଲେ । ଏହି ସମୟରେ କିଛି ବାଣ ବର ବସିଥିବା ଘୋଡ଼ାଗାଡ଼ିରେ ରଖାଯାଇଥିଲା । ଶୋଭାଯାତ୍ରାରେ ଫୁଟାଯାଉଥିବା ବାଣରୁ ଅକସ୍ମାତ୍ ନିଆଁ ଛିଟିକି ଆସି ଘୋଡ଼ାଗାଡ଼ିରେ ଥିବା ବାଣରେ ପଡ଼ିବାରୁ ସେଗୁଡ଼ିକ ଫୁଟିବାକୁ ଆରମ୍ଭ ହୋଇଥିଲା ଫଳରେ ପୁରା ଘୋଡ଼ାଗାଡ଼ିରେ ନିଆଁ ଲାଗିଯାଇଥିଲା ।

ଏଭଳି ଆକସ୍ମିକ ଘଟଣାରେ ଲୋକେ ଭୟରେ ଆତଙ୍କିତ ହୋଇଉଠିଥିଲେ । କିନ୍ତୁ, ବର ଜଳନ୍ତା ଘୋଡ଼ାଗାଡ଼ିରୁ ତଳକୁ ଡେଇଁ ପଡ଼ିଥିଲେ । ଦେଖଣାହାରିମାନେ ଅବିଳମ୍ବେ ଧାଇଁଯାଇ ଆଖପାଖ ଦୋକାନଗୁଡ଼ିକରୁ ନିଆଁ ଲିଭା ଯିବା ପାଇଁ ଯନ୍ତ୍ର ଏବଂ ପାଣି ଆଣି ନିଆଁ ଲିଭାଇବା ସହ ବର ଏବଂ ଅନ୍ୟମାନଙ୍କୁ ବିପଦରୁ ଉଦ୍ଧାର କରିଥିଲେ । ସେପଟେ ଏହି ଘୋଡ଼ାଗାଡ଼ିକୁ ଟାଣୁଥିବା ଘୋଡ଼ାମାନେ ମଧ୍ୟ ଛଟପଟ ହେଉଥିଲେ । ତେବେ ଠିକ୍ ସମୟରେ ନିଆଁ ଆୟତ୍ତ ହୋଇଥିବାରୁ ବର୍ତ୍ତଯାଇଛନ୍ତି ବର ଏବଂ ଗାଡ଼ିକୁ ଟାଣୁଥିବା ଘୋଡ଼ା । ଏହି ଘଟଣା ସମସ୍ତଙ୍କ ପାଇଁ ସତର୍କତାର ଶିକ୍ଷା ଦେଉଛି ।

 

Get real time updates directly on you device, subscribe now.