ଲଖୀମପୁର ଖେରୀ ହିଂସାକାଣ୍ଡ: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର, ଦେଖନ୍ତୁ Video

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସାକାଣ୍ଡକୁ ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ବୋଲି ଏସଆଇଟି ପକ୍ଷରୁ ଘୋଷଣା କରିବା ପରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି । ବୁଧବାର ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଉଥିବା ବେଳେ ଅତ୍ୟନ୍ତ ଉତ୍ତେଜିତ ହୋଇ ପଡିଥିଲେ । ଏପରିକି ଉତ୍ୟକ୍ତ ଅବସ୍ଥାରେ ସାମ୍ବାଦିକଙ୍କ ଆଡକୁ ମାଡି ଯାଇଥିଲେ କେନ୍ଦ୍ରମନ୍ତ୍ରୀ ।

ଏକ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅକ୍ସିଜେନ ସେଣ୍ଟର ଉଦ୍ଘାଟନ ପାଇଁ କେନ୍ଦ୍ରମନ୍ତ୍ରୀ ଆସିଥିଲେ । ଏହି ସମୟରେ ଏସଆଇଟି ପକ୍ଷରୁ ଲଗାଯାଇଥିବା ଚାର୍ଜକୁ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ । ପ୍ରଶ୍ନ ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ଚିହିଁକି ପଡିବା ସହିତ ସାମ୍ବାଦିକଙ୍କ ଆଡକୁ ମାଡି ଯାଇଥିଲେ । ଆପଣଙ୍କର କଣ ମୁଣ୍ଡ ଖରାପ ବୋଲି କହିଥିଲେ ଅଜୟ ମିଶ୍ର । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଲଖୀମପୁର ଖେରୀ ହିଂସାକାଣ୍ଡକୁ ଏକ ପୂର୍ବ ନିର୍ଦ୍ଧାରିତ ଯୋଜନା ବୋଲି କହିଥିଲା ଏସଆଇଟି । ଭିଡିଓ..