ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଲେ ଡେନ୍, ଅନ୍ଧ ହୋଇ ଘଣ୍ଟା ପ୍ରତି ୩୩୯ କିଲୋମିଟର ବେଗରେ କାର ଚଳାଇ କଲେ ଗିନିଜ ୱାଲର୍ଡ ରେକର୍ଡ
ନୂଆଦିଲ୍ଲୀ : ଯଦି ନିଜ ଉପରେ ଆତ୍ମା ବିଶ୍ୱାସ ଅଛି ତେବେ ଅସମ୍ଭବ କାମ ବି ସମ୍ଭବ ହୋଇପାରିବ । ପୂର୍ବରୁ ଏମିତି ଅନେକ ଉଦାହରଣ ଆମେ ଦେଖିବାକୁ ପାଇଛୁ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ କହିବାକୁ ଯାଉଛୁ। ଯିଏ ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି । ଏହା ହେଉଛି ଡେନ ପାରକର ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ। ଯିଏ କି ଦୃଷ୍ଟିଶକ୍ତି ହରାଇବା ପରେ ବି ପ୍ରତି ଘଣ୍ଟାକୁ ୩୩୯ କିଲୋମିଟର ବେଗରେ ଗାଡି ଚଲାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏହି ରେକର୍ଡ ପ୍ରସ୍ତୁତ କରିବାକୁ ପାରକର ତାଙ୍କ ଦୁର୍ଘଟଣାର ଦଶମ ବାର୍ଷିକିକୁ ବାଛିଥିଲେ ।
It’s no joke. We’re proud to have achieved a new @GWR record title. On 3/31/22, Federationist Dan Parker reached 211.043 and shattered the fastest speed for a car driven blindfolded—also shattering society’s low expectations and turning dreams into reality. #CruisinWithNFB pic.twitter.com/EHVFJ1Dt1G
— National Federation of the Blind (@NFB_voice) April 1, 2022
ସୂଚନା ମୁତାବିକ, ପାରକର ୧୦ ବର୍ଷ ପୂର୍ବେ କାର୍ ରେସିଂ ସମୟରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କର ଉଭୟ ଆଖିର ରଶ୍ମି ଚାଲି ଯାଇଥିଲା । ପାରକର ମାର୍ଚ୍ଚ ୩୧ରେ ପ୍ରତି ଘଣ୍ଟାକୁ ୩୩୯.୬୪ କିଲୋମିଟର ବେଗରେ ଏକ କାର ଚଳାଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି । ପାରକର କହିଛନ୍ତି ଯେ ଏହି ୧୦ ବର୍ଷରେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରିଥିଲି । ମୁଁ ଆଶା କରୁଛି ଯେ ମୋର ଏହି ସଫଳତା ଦ୍ୱାରା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଦୃଷ୍ଟିହୀନ ଲୋକମାନେ ଅନୁପ୍ରାଣିତ ହେବେ ଏବଂ ଆଗାମୀ ଦିନରେ ଟେକ୍ନୋଲୋଜି ସାହାଯ୍ୟରେ ସେମାନେ ମଧ୍ୟ ସହଜରେ ଗାଡି ଚଳାଇ ପାରିବେ । ୨୦୧୧ରେ ବ୍ଲାଇଣ୍ଡ ଡ୍ରାଇଭର ପ୍ରତିଯୋଗିତା ପ୍ରଥମ କରି ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ଏହାର ନାମ ପରିବର୍ତ୍ତନ କରାଯାଇ ନ୍ୟାସନାଲ ଫେଡେରେସନ ଅଫ ଦ ବ୍ଳାଇଣ୍ଡ ରଖାଯାଇଛି ।