fbpx

ପୁଅର ଦାଢି ଥିଲେ ହୋଇପାରିବନି ବିବାହ: ଜାଣନ୍ତୁ କାହିଁକି ହେଲା ଏମିତି ନିୟମ

ନୂଆଦିଲ୍ଲୀ: ବିବାହରେ ପୁଅମାନଙ୍କ ଲୁକକୁ ନେଇ ଆସିଛି ଏକ ବଡ ନିୟମ । ଏଣିକି ବଦଳିବ ପୁଅ ପିଲାଙ୍କ ଷ୍ଟାଇଲ । ବିବାହରେ କୌଣସି ବର ଦାଢି ରଖି ପାରିବେ ନାହିଁ । ଏମିତି ଏକ ନିୟମ ଏବେ ଲାଗୁ କରାଯାଇଛି । ତେବେ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କ ବିବାହ ମଧ୍ୟ ବନ୍ଦ ହୋଇଯାଇପାରେ । ତେବେ ଏଭଳି ଏକ ଅଜବ ନିୟମ ଲାଗୁ ହୋଇଛି ରାଜସ୍ଥାନ ପାଲି ଜିଲ୍ଲାର କୁମାବତ ସମାଜରେ ।

ଦାଢି ଥିବା ପୁରୁଷମାନଙ୍କ ପାଇଁ ଏକ କଠୋର ନିଷ୍ପତ୍ତି ନେଇଛନ୍ତି ଏହି ସମାଜର ମୁଖିଆ । ଦାଢି ରଖିଥିବା କୌଣସି ବରକୁ ନୋ ଏଣ୍ଟ୍ରି ଏବଂ କ୍ଲିନ ଶେଭ ଥିବା ଲୋକଙ୍କୁ ସମାଜ ଭିତରକୁ ଏଣ୍ଟ୍ରି ଦେବା ଘଟଣାକୁ ନେଇ ଅନେକ ଲୋକ ନିଜ ନିଜ ତର୍କ ଜାହିର କରିଛନ୍ତି । ବିବାହ ସମୟରେ ଫାଶନକୁ ନେଇ କୌଣସି ଅସୁବିଧା ନାହିଁ । ତେବେ ବିବାହ ଏକ ସଂସ୍କାର, ତେଣୁ ବର ଜଣେ ରାଜା ରୂପରେ ଦେଖା ହେବା ଉଚିତ । ତେଣୁ ଜଣେ ବର ଦାଢି ରଖି ଏହିସବୁ ପରମ୍ପରା ପାଳନ କରିବା ଅଶୋଭନୀୟ ଲାଗିଥାଏ । ତେଣୁ ଏହାକୁ ବିରୋଧ କରାଯାଉଛି ।

ଏକ ବୈଠକରେ ଏ ନେଇ ଏକ ନିଷ୍ପତ୍ତି ନିଆଯାଇଛି । ଯଦି କୌଣସି ବିବାହରେ ବର କ୍ଲିନ ଶେଭ ନ କରିଥାଏ, ତେବେ ସେ ବିବାହ କରି ପାରିବ ନାହିଁ । କୁମାବତ ସମାଜର ମୋଟ ୧୯ଟି ଗ୍ରାମରେ ଏପରି ଏକ ଅଜବ ନିୟମ ପ୍ରଣୟନ କରାଯାଇଛି । ଗ୍ରାମର ପ୍ରତିନିଧିମାନେ ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତିକୁ ଧାର୍ଯ୍ୟ କରିଛନ୍ତି । ଅର୍ଥାତ ଏଣିକି ବିବାହରେ ବରକୁ କ୍ଲିନ ଶେଭ ହେବା ଅନିବାର୍ଯ୍ୟ ହୋଇଛି । ତେବେ ଦାଢି ରଖିଲେ ସମ୍ପୃକ୍ତ ବର ବା ଯୁବକଙ୍କୁ ଦଣ୍ଡବିଧାନ ମଧ୍ୟ କରାଯାଇପାରେ । ଦଣ୍ଡ ସ୍ୱରୂପ ଯୁବକଙ୍କୁ ସମାଜରୁ ବାହାର କରି ଦିଆଯାଇ ପାରେ ।

Get real time updates directly on you device, subscribe now.