fbpx

ଯାଜପୁରରେ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହୋଇ ଜଳିଲା ହୋଟେଲ

ଯାଜପୁର: ଯାଯପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାଯପୁର ବିରଜା ମାର୍କେଟ କଲପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚୁକା ହୋଟେଲରେ ନିଆଁ ଲାଗିଛି । କୌଣସି କାରଣରୁ ହଠାତ ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳୁଛି ହୋଟେଲ ।

ସୂଚନା ଅନୁଯାୟୀ, ଯାଯପୁର ଜିଲ୍ଲାର ନାମିଦାମୀ ହୋଟେଲ ରୁଚିକାରେ ନିଆଁ ଲାଗିଯାଇ ହୁତ୍ ହୁତ୍ ହୋଇ ଜଳୁଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି । ୨ଟି ଦମକଳ ସାହାଯ୍ୟରେ ଲିଭା ଯାଉଛି ହେଲେ ନିଆଁ ଅଣାୟତ ଅବସ୍ଥାରେ ଗତି କରୁଛି ।

ହୋଟେଲରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିବା ସନ୍ଦେହ କରାଯାଉଛି । ରୁଚିକା ହୋଟେଲକୁ ଲାଗିଥିବା ଅନ୍ୟାନ୍ୟ ଦୋକାନରେ ନିଆଁ ବ୍ୟାପିବାର ଆଶଙ୍କା କରାଯାଉଛି । ଏନେଇ ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଛି ।

Get real time updates directly on you device, subscribe now.