ଜନ୍ମଦିନ ପାର୍ଟି ପରେ ଯୁବତୀଙ୍କ ସହ ଦୁଇ ‘ସାଙ୍ଗ’ ମିଶି କରିଦେଲେ ଦୁଷ୍କର୍ମ, ଅଭିଯୁକ୍ତ ଫେରାର

ଜନ୍ମଦିନ ପାର୍ଟି ପରେ ଦୁଇ ସାଙ୍ଗ ମିଶି ଯୁବତୀଙ୍କ ସହ କଲେ ଦୁଷ୍କର୍ମ,  ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର

ନୂଆଦିଲ୍ଲୀ: କୋଲକାତାର ଏକ ଅଞ୍ଚଳରେ ଜଣେ 20 ବର୍ଷୀୟା ଯୁବତୀଙ୍କୁ ତାଙ୍କ ଜନ୍ମଦିନରେ ଦୁଇଜଣ ପରିଚିତ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୋଲିସ ରବିବାରରେ ଏ ବିଷୟରେ ସୂଚନା ଦେଇଛି। ପୋଲିସ ଅନୁଯାୟୀ, ଏହି ଘଟଣା ଶୁକ୍ରବାର (ସେପ୍ଟେମ୍ବର 05, 2025) ଦିନ ସହରର ରିଜେଣ୍ଟ ପାର୍କରେ ଘଟିଥିଲା।

ପୋଲିସ ସୂତ୍ର ଅନୁଯାୟୀ, ଏହି ଘଟଣା ଘଟାଇବା ପରେ, ଚନ୍ଦନ ମଲିକ ଏବଂ ଦୀପ ନାମକ ଉଭୟ ଅଭିଯୁକ୍ତ ଫେରାର ଅଛନ୍ତି। ହରିଦେବପୁରର ବାସିନ୍ଦା ପୀଡିତା ପୋଲିସକୁ ଜଣାଇଥିଲେ ଯେ, ଚନ୍ଦନ ତାଙ୍କୁ ତାଙ୍କ ଜନ୍ମଦିନ ପାଳନ କରିବା ବାହାନାରେ ଦୀପଙ୍କ ଘରକୁ ନେଇଯାଇଥିଲେ, ଏହାପରେ ଏହି ଦୁଷ୍କର୍ମ ଘଟିଥିଲା।

ପୋଲିସର ସୂଚନା ଅନୁଯାୟୀ, ଝିଅର ଜନ୍ମଦିନରେ, ଅଭିଯୁକ୍ତ ଚନ୍ଦନ ପୀଡିତାଙ୍କୁ ଦୀପଙ୍କ ଫ୍ଲାପକୁ ନେଇଯାଇଥିଲା। ଏଠାରେ ସେମାନେ ଖାଦ୍ୟ ଖାଇଥିଲେ। ପୀଡିତା କହିଛନ୍ତି ଯେ, ସେ ଘରକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ କବାଟ ବନ୍ଦ କରିଦେଇଥିଲେ। ତା’ପରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ।

ରିପୋର୍ଟରେ ମୁତାବକ, ଶନିବାର ପୀଡିତା ଅଭିଯୁକ୍ତଙ୍କ କବଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଘରକୁ ଫେରିବା ପରେ ସେ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ ସମସ୍ତ ସୂଚନା ଦେଇଥିଲେ, ଯାହା ପରେ ପରିବାର ଶନିବାର ଦିନ ହିଁ ଥାନାରେ ଏତଲା ଦେଇଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ପୀଡିତା କହିଛନ୍ତି ଯେ, ସେ କିଛି ମାସ ପୂର୍ବରୁ ଚନ୍ଦନଙ୍କୁ ଭେଟିଥିଲେ। ଚନ୍ଦନ ନିଜକୁ ଦକ୍ଷିଣ କୋଲକାତାର ଏକ ବଡ଼ ଦୁର୍ଗା ପୂଜା କମିଟିର ମୁଖ୍ୟ ଭାବରେ ପରିଚୟ ଦେଇଥିଲେ।

ଚନ୍ଦନ ମାଧ୍ୟମରେ ଝିଅଟିକୁ ଦୀପଙ୍କ ସହ ପରିଚୟ କରାଇ ଦିଆଯାଇଥିଲା ଏବଂ ତିନିଜଣ ପରସ୍ପର ସହିତ ଯୋଗାଯୋଗରେ ରହିବା ଆରମ୍ଭ କରିଥିଲେ। ପୀଡିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଉଭୟ ଅଭିଯୁକ୍ତ ତାଙ୍କୁ ପୂଜା କମିଟିରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।