fbpx

କି ଅଦ୍ଭୁତ ଘଟଣା! ମହିଳାଙ୍କ ପିଠି ଉପରେ ଖେଳୁଥିଲା ଭୟଙ୍କର କୋବ୍ରା, ଆଉ ତାପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିଛି ଭିଡିଓ ଖୁବ ମଜାଳିଆ ହୋଇଥିବା ବେଳେ ଆଉ କିଛି ଭୟାନକ ହୋଇଥାଏ । ଏହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଗଛ ତଳେ ଶୋଇଥିବା ଜଣେ ମହିଳାଙ୍କ ପିଠିରେ ହଠାତ ଏକ କିଙ୍ଗ କୋବ୍ରା ଆସି ବସି ଯାଇଥିଲା । ନନ୍ଦା ଏହି ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ” ଯେବେ ଆପଣଙ୍କ ସହ ଏମିତି ହେବ, ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?’

ଏହି ସାପଟି ମହିଳାଙ୍କ ଉପରେ ବେଶ କିଛି ସମୟ ପର୍ଯ୍ୟନ୍ତ ବସିଥିବାର ଦେଖାଯାଇଛି । ତେବେ ଫଣା ଟେକି ରହିଥିବା ବେଳେ କାହାକୁ କିଛି କ୍ଷତି ପହଞ୍ଚାଇନାହିଁ ଏହି କୋବ୍ରା । ଗଛ ତଳେ ଜଣେ ମହିଳା ଶୋଇଥିବାର ଦେଖାଯାଉଛି । ତେବେ ହଠାତ ଲୋକଙ୍କ ନଜର ପଡିଛଇ ତାଙ୍କ ପିଠି ଉପରେ । କାରଣ ମହିଳାଙ୍କ ପିଠିରେ ଏକ ବିରାଟ କୋବ୍ରା ଫଣା ଟେକି ଖେଳୁଥିବାର ଦେଖିବାକୁ ମିଳିଛି । ମହିଳାଜଣକ ମଧ୍ୟ କିଛି ହଲଚଲ ନ ହୋଇ ଚୁପ ହୋଇ ଶୋଇ ରହିଛନ୍ତି ।

ଏହି ଭିଡିଓକୁ ଆଇଏଫଏସ ନନ୍ଦା ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏପର୍ଯ୍ୟନ୍ତ ଏହି ଭିଡିଓକୁ ପ୍ରାୟ ୩୪ ହଜାର ଲୋକ ଦେଖି ସାରିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି । ଏହାବ୍ୟତୀତ କିଛି ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି ।

 

Get real time updates directly on you device, subscribe now.