fbpx

ରାଜଧାନୀରେ ପୋଲିସକୁ ଆକ୍ରମଣ କଲେ ଯୁବକ: ଦୁଇ ଯୁବତୀ ବି ଦେଲେ ସାଥ

ନୂଆଦିଲ୍ଲୀ: ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ଜଣେ ସାଧାରଣ ଯୁବକ । କେବଳ ସେତିକି ନୁହେଁ, ଦୁଇ ଯୁବତୀ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଯୁବକଙ୍କୁ ବୁଝାଉଥିବା ବେଳେ ଏମିତି ଘଟଣା ଘଟିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଗାଡିରେ ଦୁଇ ଯୁବତୀଙ୍କୁ ବସାଇ ବିନା ହେଲମେଟରେ ଯାଉଥିବା ଜଣେ ସ୍କୁଟି ଚାଳକଙ୍କୁ ଅଟକାଇଥିଲେ ଟ୍ରାଫିକ ପୋଲିସ କନେଷ୍ଟବଳ । କେବଳ ସେତିକି ନୁହେଁ, ଯୁବକ ଜଣକ ବିପରୀତ ଦିଗରେ ମଧ୍ୟ ଗାଡି ଚଳାଉଥିବାର ଦେଖିବାକୁ ମିଳିଛି । ତେବେ ଟ୍ରାଫିକ ପୋଲିସ ଏହାକୁ ରୋକିବାରୁ ହଠାତ ତାଙ୍କ ଉପରେ ଯୁବକ ଜଣକ ଆକ୍ରମଣ କରିଥିଲେ । ତାଙ୍କ ସହ ଗାଡିରେ ଥିବା ଦୁଇ ଯୁବତୀ ମଧ୍ୟ ପୋଲିସ ଉପରକୁ ଆକ୍ରମଣ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏହି ମାରପିଟରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଟ୍ରାଫିକ କନେଷ୍ଟବଳ । ମେଡିକାଲ ରିପୋର୍ଟ ଆସିବା ପରେ ଟ୍ରାଫିକ କନେଷ୍ଟବଳଙ୍କ ବୟାନ ଅନୁଯାୟୀ ଆଗକୁ ତଦନ୍ତ କରାଯିବ ବୋଲି କୁହାଯାଇଛି । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.