fbpx

ସ୍ତ୍ରୀକୁ ଏମିତି ଡର, ମାସେ ହେଲା ୧୦୦ ଫୁଟ ଗଛ ଉପରେ କାଟୁଛନ୍ତି ଜୀବନ

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶର ମଉ ଜିଲ୍ଲାରେ କୋପାଗଞ୍ଜ ଜିଲ୍ଲା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ବସାରଥପୁର ଗ୍ରାମର ଜଣେ ବ୍ୟକ୍ତି ଘର ଛାଡି ଗଛ ଉପରେ ରହୁଥିବାର ଦେଖାଯାଇଛି । ତେବେ ଏମିତି କରିବାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ସ୍ତ୍ରୀଙ୍କ ଭୟରେ ମାସେ ହେଲା ୧୦୦ ଫୁଟ ଉଚ୍ଚ ଏକ ତାଳ ଗଛରେ ରହୁଛନ୍ତି ରାମପ୍ରବେଶ । ତେବେ ତାଙ୍କୁ କେହି ବୁଝାଇବାକୁ ଗଲେ ସେମାନଙ୍କ ଉପରକୁ ସେ ଇଟା-ପଥରରେ ଆକ୍ରମଣ କରି ଦେଉଥିବା କୁହାଯାଇଛି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଛି ।

ରାମପ୍ରବେଶଙ୍କ ସ୍ତ୍ରୀ ପ୍ରତ୍ୟେକ ଦିନ ତାଙ୍କ ସହ ଝଗଡା କରିବା ସହିତ ମାରପିଟ କରିଥାନ୍ତି । ତେଣୁ ଏସବୁକୁ ନେଇ ଖୁବ ଚିନ୍ତାଗ୍ରସ୍ତ ହୋଇ ପଡିଥିଲେ ରାମପ୍ରବେଶ । ତେଣୁ ଗତ ମାସେ ହେଲା ସେ ଗଛ ଉପରେ ରହୁଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ ଖାଇବା ପିଇବା ସବୁ କିଛି ରାମପ୍ରବେଶ ସେହି ଗଛ ଉପରେ ହିଁ କରିଥାନ୍ତି । ପରିବାର ଲୋକେ ଗଛ ପାଖରେ ଖାଦ୍ୟ ଏବଂ ପାଣି ରସିରେ ବାନ୍ଧି ଟଙ୍ଗେଇ ଦିଅନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ରାତି ସମୟରେ ରାମପ୍ରବେଶ ଗଛରୁ ଓହ୍ଲାଇ ଶୌଚ ଆଦି କରି ପୁଣି ଗଛ ଉପରକୁ ଚାଲି ଯାଆନ୍ତି ।

ତେବେ ରାମପ୍ରବେଶଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତାଙ୍କର ଗଛ ଉପରେ ରହିବା ଘଟଣା ସମସ୍ତଙ୍କ ବ୍ୟକ୍ତିଗତ ଜୀବନଶୈଳୀ ଉପରେ ପ୍ରଭାବ ପକାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଗଛଟି ଗ୍ରାମର ମଝିରେ ରହିଥିବା ବେଳେ ଗଛ ଉପରୁ ସମସ୍ତଙ୍କର ଅଗଣା ସ୍ପଷ୍ଟ ଦେଖାଯାଇଥାଏ । ତେବେ ଏ ନେଇ ପୋଲିସକୁ ଅଭିଯୋଗ କରିଛନ୍ତି ଏଠାକାର ଗ୍ରାମବାସୀ ।

Get real time updates directly on you device, subscribe now.