fbpx

(Video) ପୁରା ଫିଲ୍ମ ଷ୍ଟାଇଲ ଗାଡ଼ି ଚଲା! ଦେଖନ୍ତୁ ସ୍ପିଡ୍ ବାଇକ ଉପରେ ଠିଆ ହୋଇ କିପରି ଚଳନ୍ତା ବସକୁ ଓଭରଟେକ୍ କଲା ଏହି ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଫେମସ ହେବା ଲାଗି ଲୋକେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ-ଭିଡିଓ କରୁଛନ୍ତି । ଫଲୋର୍ସ ଭିୟ୍ୟୁ ବଢାଇବା ଲାଗି ଲୋକେ କାର ଏବଂ ବାଇକରେ ଷ୍ଟଣ୍ଟ ମାରିବା ଆପଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦେଖୁଥିବେ । ହେଲେ ଏହାରି ମଧ୍ୟରେ ଏପରି ଏକ ଭିଡିଓ ଆସିଛି ତାକୁ ଆପଣ ଆଗରୁ କେବେ ହେଲେ ଦେଖିନଥିବେ । ଜଣେ ଯୁବକ ପୁରା ଫିଲ୍ମ ଷ୍ଟାଇଲରେ ବାଇକ ଉପରେ ଠିଆ ହୋଇ ଗାଡି ଚଳାଉଛି । ଏହି ଭିଡିଓକୁ ଆପଣ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ସେ ଏଇଥି ପାଇଁ କରୁଛି କାରଣ ତାକୁ ରିଲ୍ସ କରିବାର ଥିଲା । ଲୋକେ ଏହାକୁ ଦେଖିବା ପରେ ଏହି ଯୁବକକୁ ଗିରଫ କରିବା ଲାଗି ଦାବି କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଯୁବକ ଜଣକ ଚଳନ୍ତା ସ୍ପିଡ୍ ବାଇକର ସିଟ୍ ଉପରେ ଦୁଇ ହାତ ଯୋଡି ଠିଆ ହେଇଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟ ଜିନିଷ ହେଉଛି ସେ ନିଜ ସାମ୍ନାରେ ଚାଲୁଥିବା ବସକୁ ଏଭଳି ଓଭରଟେକ ବି କରିଦେଉଛି । ପଛରେ ଅନ୍ୟ ଗାଡ଼ିରେ ଆସୁଥିବା ବ୍ୟକ୍ତି ତାଙ୍କର ଏଭଳି କାର୍ଯ୍ୟକଳାପକୁ ସୁଟିଂ କରୁଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ବିହାର ପୋଲିସକୁ ଟ୍ୟାଗ୍ କରି ଏହି ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରୁଛନ୍ତି । ଭିଡିଓକୁ ..ନାମକ ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଥିଲା । ଏପର୍ଯ୍ୟନ୍ତ ଏହାକୁ ୮୪ ହଜାରୁ ଅଧିକ ଲୋକେ ଦେଖିସାରିଛନ୍ତି । ଏତିସହ ଭିଡିଓକୁ ଲାଇକ୍ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.