ଭଦ୍ରକ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରାକ୍ଟର ଧକ୍କାରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗୁଜିଦରଡ଼ା ଫାଣ୍ଡି ବଶପୁର ଛକ ନିକଟରେ ଏକ ବାଇକକୁ ଟ୍ରାକ୍ଟରଟି ଜୋରରେ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ଆହତ ବାପାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରାକ୍ଟରକୁ ଜାଳିଦେଇଛନ୍ତି।