fbpx

Whatsappରେ ଆସୁଛି କମାଲ ଫିଚର୍: ଭିଡିଓ କଲ୍ ସମୟରେ କରିହେବ ଏହି କାମ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ଏବେ ଏକ ନୂଆ ଫିଚର ଲଞ୍ଚ୍ କରିବାକୁ ଯାଉଛି । ୟୁଜରମାନଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ଲଗାତାର ନୂଆ ଫିଚର ଲଞ୍ଚ୍ କରୁଛି ହ୍ୱାଟ୍ସଆପ୍ । ଏହି ମିଡିଆ ପ୍ଲାଟଫର୍ମ ବର୍ତ୍ତମାନ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟିଥିବା ବେଳେ ଏହାଦ୍ୱାରା ଅଧିକାଂଶ କାର୍ଯ୍ୟ କରିବାରେ ସଫଳ ହୋଇପାରୁଛି । ତେବେ ୟୁଜରଙ୍କ ଭିଡିଓ କଲ୍ ଏକ୍ସପେରିଏନ୍ସକୁ ଆହୁରି ସୁନ୍ଦର କରିବା ପାଇଁ ନୂଆ ଫିଚର ଯୋଡ଼ିଛି ହ୍ୱାଟ୍ସଆପ୍ ।

ହ୍ୱାଟ୍ସଆପର ନୂଆ ଫିଚରରେ ଏବେ ଭିଡିଓ କଲ୍ ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିପାରିବେ ୟୁଜର । ହ୍ୱାଟ୍ସଆପ୍ ଆଣୁଥିବା ନୂଆ ଫିଚରରେ ଭିଡିଓ କଲ ସମୟରେ ମଧ୍ୟ ୟୁଜର ମ୍ୟୁଜିକ ଅଡିଓ ଶେୟାର କରିପାରିବେ । ରିପୋର୍ଟ ଅନୁସାରେ, ଆଇଓଏସ ଏବଂ ଆଣ୍ଡ୍ରଏଡ ଉଭୟ ମୋବାଇଲରେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ୟୁଜର୍ସମାନଙ୍କୁ ଭିଡିଓ କଲ୍ ବେଳେ ମଧ୍ୟ ଏକା ସାଙ୍ଗରେ ମ୍ୟୁଜିକ ଅଡିଓ ଶୁଣିବା ପାଇଁ ଅନୁମତି ଦେବା ସହିତ ମଲ୍ଟିମିଡିଆ ସହଯୋଗ ମଧ୍ୟ ବୃଦ୍ଧି କରିବ । ତେବେ ହ୍ୱାଟ୍ସଆପ୍ ର ଫିଚର ଟ୍ରାକ କରୁଥିବା ୱେବସାଇଟ WABetaInfo ସୂଚନା ଦେଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ରିପୋର୍ଟରେ କୁହାଯାଇଛି, “ଆମ ମତରେ, ଏହି ଫିଚର ଭିଡିଓ କଲ୍ରେ ଏକ ନୂଆ ସ୍ତର ଯୋଡ଼ିବା ସହ ୟୁଜରଙ୍କ ଏକ୍ସପେରିଏନ୍ସକୁ ଉନ୍ନତ କରିବା ପାଇଁ ହ୍ୱାଟ୍ସଆପ୍ ର ଚାଲେଞ୍ଜକୁ ଦର୍ଶାଉଛି । ଏହା ମେସେଜିଂ ଏବଂ ଯୋଗାଯୋଗ ଆପର ପ୍ରତିଯୋଗିତାମୂଳକ ଦୃଶ୍ୟରେ ହ୍ୱାଟ୍ସଆପକୁ ଏକ ନୂଆ ଲୁକ ଦେଇପାରିବ ।

Get real time updates directly on you device, subscribe now.