Musicରୁ ଦୂରେଇ ଯିବେ A.R Rahman! ଛାଡ଼ପତ୍ର ପରେ ନେଲେ ବଡ଼ ନିଷ୍ପତ୍ତି… ସଂଗୀତପ୍ରେମୀଙ୍କୁ ଝଟକା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ସଂଗୀତପ୍ରେମୀଙ୍କୁ ଲାଗିବ ଶକ୍ତ ଝଟକା । ସମସ୍ତଙ୍କ ପ୍ରିୟ ତଥା ଓସ୍କାର ୱିନର ଗାୟକ ଏ.ଆର ରହମାନ ସଂଗୀତ ଦୁନିଆକୁ ବାଏ ବାଏ କହିବାକୁ ଯାଉଛନ୍ତି । ୨୯ ର୍ବେର ପ୍ରେମରେ ବିରାମ ଲାଗିବା ପରେ ଏବେ ସଂଗୀତ ଜଗତରୁ ମଧ୍ୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଉଛନ୍ତି ଏ.ଆର ରହମାନ । ନିକଟରେ ପତ୍ନୀ ସାୟରା ବାନୋଙ୍କୁ ଛାଡ଼ପତ୍ର ଦେଇ ନୂଆ ଜୀବନ ଆରମ୍ଭ କରୁଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି କୋଟି କୋଟି ସଂଗୀତପ୍ରେମୀଙ୍କୁ ଏକ ବଡ଼ଝଟକା ଦେଇଛି । ଭାରତ ସହିତ ଭାରତ ବାହାରେ ମଧ୍ୟ ତାଙ୍କ ସଂଗୀତର ଦିୱାନାଙ୍କ ଲିଷ୍ଟ ଖୁବ ଅଦିକ ରହିଛି । ତେଣୁ ଏ.ଆର ରହମାନଙ୍କୁ ନେଇ ଏହି ଖବର ସମସ୍ତଙ୍କୁ ବିବ୍ରତ କରିଦେଇଛି ।

ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଗୀତ ଭେଟି ଦେଇଛନ୍ତି ଏ.ଆର ରହମାନ । ଦେଶ-ବିଦେଶରେ ତାଙ୍କ ଗୀତର ଦିୱାନା ଭରି ରହିଛନ୍ତି । ୨୯ ବର୍ଷ ପରେ ବିବାହ ବିଚ୍ଛେଦକୁ ନେଇ ସେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ଖବର ଆସିଛି । ଏ.ଆର ରହମାନ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଦୂରେଇ ଯିବା ମାମଲାରେ ସ୍ପଷ୍ଟ ସୂଚନା ଦେଇଛନ୍ତି ଝିଅ ଖତୀଜା । ଏ.ଆର ରହମାନ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ବ୍ରେକ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଖତୀଜା ଏହି ଅଟକଳ ଭିତ୍ତୀହୀନ ବୋଲି କହି ଚର୍ଚ୍ଚା-ଆଲୋଚନା ଉପରେ ବିରାମ ଲଗାଇଛନ୍ତି ।

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଖତୀଜା ଲେଖିଛନ୍ତି ଯେ, କୃପା କରି ଏଭଳି ଗୁଜବ ସେୟାର କରନ୍ତୁ ନାହିଁ । ଏଭଳି ଗୁଜବ ପ୍ରଚାର କରିବାର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖତୀଜା । ଏସବୁ ଗୁଜବରେ କୌଣସି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମ୍ୟୁଜିକ ପ୍ରତି ଏ.ଆର ରହମାନଙ୍କ ତ୍ୟାଗ, ସମର୍ପଣ ଏବଂ ଦୁର୍ବଳତାକୁ ଦର୍ଶାଇଛି ଖତୀଜାଙ୍କ ଏହି ପୋଷ୍ଟ ।

ନିକଟରେ ପତ୍ନୀ ସାୟରା ବାନୋଙ୍କ ସହ ୨୯ ବର୍ଷର ବିବାହ ସମ୍ପର୍କକୁ ଭଙ୍ଗ କରିଛନ୍ତି । ଉଭୟ ପରସ୍ପରଙ୍କ ଠାରୁ ଛାଡ଼ପତ୍ର(ତଲାକ) ନେଇଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ସମ୍ପର୍କରେ ବୃଦ୍ଧି ପାଉଥିବା ଇମୋସନାଲ ଷ୍ଟ୍ରେସ ଯୋଗୁଁ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇଥିବା କୁହାଯାଉଛି ।