ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ବିରଳ ପ୍ରକାରର ଶିଶୁ ଜନ୍ମ ନେଇଥାନ୍ତି । ଅନେକ ସମୟରେ ଦୁଇଟି ମୁଣ୍ଡ ଥିବା, ତିନୋଟି ହାତ ଥିବା ଶିଶୁ ଜନ୍ମ ନେଇଥାନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲରେ ଜନ୍ମ ନେଇଛି ଏକ ଅଜବ ପ୍ରକାରର ଶିଶୁ । ଉକ୍ତ ଶିଶୁଟିର ଶରୀରରେ ଦୁଇଟି ଲିଙ୍ଗ ରହିଛି । ତେବେ ଡାକ୍ତରମାନେ ବଡ଼ ଲିଙ୍ଗଟିକୁ ଅସ୍ତ୍ରୋପଚାର ମଧ୍ୟମରେ ଶରୀରରୁ କାଟି ଅଲଗା କରିବାକୁ ବାଧ୍ୟ ହୋଇଥିଲେ ।
ଏନେଇ ଡାକ୍ତର ସାଓ ପାଉଲୋ କହିଛନ୍ତି ଯେ, ଦଶ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁଙ୍କ ଠାରେ ଏପରି ଡୁପ୍ଲିକେଟ୍ ଲିଙ୍ଗ ଦେଖିବାକୁ ମିଳିଥାଏ । ଏପରି ଅବସ୍ଥାରେ ଆଜି ପର୍ଯ୍ୟନ୍ତ ୧୦୦ ଜଣ ମଣିଷ ଜନ୍ମ ନେଇଛନ୍ତି । ମେଡିକାଲ ଭାଷାରେ ଏହାକୁ ଡିଫାଲିଆ ବୋଲି କୁହାଯାଇଥାଏ । ତେବେ ଶିଶୁଟି ଶରୀରରେ ରହିଥିବା ଲିଙ୍ଗ ଦୁଇଟି ଆକାର ଦୃଷ୍ଟିରୁ ଅଲଗା ହେଲେ ହେଁ ଉଭୟେ ଦେଖିବାକୁ ଏକା ଭଳି । ଏପରିକି ଲିଙ୍ଗ ଦୁଇଟିର ଇରେକ୍ସନ କ୍ଷମତା ମଧ୍ୟ ରହିଥିଲା ।
ତେବେ ଶିଶୁଟି କେବଳ କ୍ଷୁଦ୍ର ଲିଙ୍ଗରେ ହିଁ ପରିସ୍ରା କରିବାକୁ ସକ୍ଷମ ହେଉଥିବା ଶିଶୁଟିର ମାଆ କହିଥିଲେ । ବଡ଼ ଲିଙ୍ଗର ୟୁରେଥ୍ରା ବହୁତ ସଂକୀର୍ଣ୍ଣ ହୋଇଥିବାରୁ ସେଥିରେ ୟୁରିନ୍ ପାସ୍ କରିପାରୁ ନଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ତେବେ କେବଳ ସାଇଜ୍ ନୁହେଁ, ଫଙ୍କସନକୁ ଆଧାର କରି ବଡ଼ ଲିଙ୍ଗଟିକୁ ଶରୀରରୁ ପୃଥକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଡାକ୍ତରମାନେ ବାମ ପାଶ୍ୱର୍ର ଲିଙ୍ଗଟିକୁ ଅସ୍ତ୍ରୋପଚାର କରିବା ସମୟର ଏକ ଭିଡିଓ ଶେୟାର କରିଛନ୍ତି । ତେବେ ଡୁପ୍ଲିକେଟ ଲିଙ୍ଗ ଦ୍ୱାରା ମଣିଷ ସାଧାରଣ ସେକ୍ସ କ୍ରିୟା କରିବା ଓ ସନ୍ତାନ ଜନ୍ମ କରିବା ସମ୍ପର୍କରେ କିଛି କୁହାଯାଇନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ଉଜବେକିସ୍ତାନରେ ଜଣେ ସାତ ବର୍ଷର ଶିଶୁଠାରେ ଦୁଇଟି ଲିଙ୍ଗ ଦେଖିବାକୁ ମିଳିଥିଲା ।