fbpx

ଟେଲିଭିଜନ-ଚଳଚ୍ଚିତ୍ର ଜଗତରେ ଶୋକର ଛାୟା; ୬୭ବର୍ଷ ବୟସରେ ଇହଲୋକ ତ୍ୟାଗ କଲେ ଅଭିନେତ୍ରୀ ଭୈରବୀ ବୈଦ୍ୟା

ନୂଆଦିଲ୍ଲୀ: ଟେଲିଭିଜନ-ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଜଣାଶୁଣା ବଲିଉଡ ଅଭିନେତ୍ରୀ ଭୈରବୀ ବୈଦ୍ୟାଙ୍କ ୬୭ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କିଛି ବର୍ଷ ହେବ କର୍କଟରେ ପୀଡ଼ିତ ଥିବା ନେଇ କୁହାଯାଉଛି । ଚିକିତ୍ସାଧୀନ ଅବସ୍ଥାରେ ଭୈରବୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂତ୍ରରୁ ପ୍ରକାଶ। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ପାଇବା ପରେ ଅଭିନୟ ଦୁନିଆରେ ଦୁଃଖର ବାର୍ତ୍ତା ଦେଖାଦେଇଛି। ତାଙ୍କ ସହ କାମ କରିଥିବା ଅଭିନେତା ଓ ଅଭିନେତ୍ରୀମାନେ ନିଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଭୈରବୀ ପାଖାପାଖି ୪୫ବର୍ଷ ହେବ ଚଳଚ୍ଚିତ୍ର ଜଗତରେ କାମ କରିଛନ୍ତି। ଭୈରବୀ ସିନେମା ‘ତାଲ’ ସହିତ ବଡ଼ ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସିନେମା ‘ଚୋରୀ-ଚୋରୀ ଚୁପକେ ଚୁପକେ’ରେ ଦେଖିବାକୁ ମିଳିଥିଲା। ଅଧିକାଂଶ ସମୟରେ ଭୈରବୀଙ୍କୁ ମା’ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ସେ ତାଙ୍କ ଅଭିନୟକୁ ଅତି ନିଖୁଣ ଓ ଜୀବନ୍ତ ଭାବେ ପ୍ରଦର୍ଶନ କରିଥାଆନ୍ତି। ଯାହା ଦର୍ଶକଙ୍କୁ ବାନ୍ଧି ରଖିଥାଏ।

Get real time updates directly on you device, subscribe now.