fbpx

ଭାରତୀୟ ସେନାରେ ମିଳିବ ବମ୍ପର ଭ୍ୟାକେନ୍ସି: ଜାଣନ୍ତୁ କେଉଁ ପ୍ରାର୍ଥୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଆର୍ମି କ୍ୟାମ୍ପର ଇଣ୍ଟିଗ୍ରେଟେଡ ମୁଖ୍ୟାଳୟ ପାଇଁ ମଲ୍ଟି ଟାସ୍କିଂ ପଦବୀରେ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୨ର ଏମଟିଏସ ଭର୍ତ୍ତି ପାଇଁ ଶେଷ ତାରିଖ ମାର୍ଚ୍ଚ ୧୧ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅଫଲାଇନରେ ହେବ । ଆର୍ମିର ଇଣ୍ଟିଗ୍ରେଟେଡ ମୁଖ୍ୟାଳୟ ଏମଓଡି କ୍ୟାମ୍ପ, ଡିଫେନ୍ସ ସିଭିଲ ଅଧୀନରେ ଏମଟିଏସର ୭ଟି ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ ।

ସୂଚନା ଅନୁଯାୟୀ, ଏମଟିଏସ ପଦ ପାଇଁ ୭ ଟି ପଦ ପାଇଁ ଭ୍ୟାକେନ୍ସି ରହିଥିବା ବେଳେ ଏଥି ମଧ୍ୟରୁ ୫ଟି ସଂରକ୍ଷିତ ଏବଂ ୨ ଜଣ ଓବିସି (ଗୋଟିଏ ପୋଷ୍ଟ ପୂର୍ବତନ କର୍ମଚାରୀ)ଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହି ପଦବୀ ପାଇଁ ଦଶମ ପାସ କିମ୍ବା ଏହାର ସମାନ ପରୀକ୍ଷାରେ ଉନ୍ନୀତ ହେବା ସହିତ ଗୃହରକ୍ଷୀ ଦାୟିତ୍ୱରେ ପାରଙ୍ଗମ ହେବା ଉଚିତ ହେବା ମଧ୍ୟ ଜରୁରୀ । ଏହା ବ୍ୟତୀତ କୌଣସି ସିଭିଲ କାର୍ଯ୍ୟାଳୟରେ ୬ ମାସର ଅନୁଭୂତି ରହିଥିବା ଆବଶ୍ୟକ । ଚୟନ ପୂର୍ବରୁ ସ୍କ୍ରିନଙ୍ଗ ଏବଂ ଲିଖିତ ପରୀକ୍ଷା ବା ସ୍କିଲ ଟେଷ୍ଟ କରାଯିବ । ତେବେ ସ୍କ୍ରିନିଙ୍ଗ ଦଶମ ଶ୍ରେଣୀର ମାର୍କ ଅନୁସାରେ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.