fbpx

ଇଣ୍ଡୋନେସିଆ ରାଜଧାନୀ ଜାକାର୍ତାରେ ୬.୬ ତିବ୍ରତାର ଭୟଙ୍କର ଭୁମିକମ୍ପ

ନୂଆଦିଲ୍ଲୀ: ଇଣ୍ଡୋନେସିଆ ରାଜଧାନୀ ଜାକାର୍ତାରେ ଶୁକ୍ରବାର ଭୟଙ୍କର ଭୁମିକମ୍ପ ଅନୁଭବ ହୋଇଛି । ଏହା ଏତେ ତିବ୍ରତର ଥିଲା ଯେ, ଲୋକେ ସେମାନଙ୍କ ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସେଲ୍‌ରେ ଏହାର ତିବ୍ରତା ୬.୬ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଭୁକମ୍ପ ସନ୍ଧ୍ୟା ୭ଟା ୭ ମିନିଟ୍ ସମୟରେ ଅନୁଭୁତ ହୋଇଥିଲା ।

ନିକଟରେ ବୁଧବାର ହିମାଚଳ ପ୍ରଦେଶର କୁଲ୍ଲୁ ଅଞ୍ଚଳରେ ମଧ୍ୟ ତିବ୍ର ଭୁମିକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସେଲରେ ଏହାର ତିବ୍ରତା ୪.୧ ରେକର୍ଡ କରାଯାଇଥିଲା । ସେହିଦିନ ସକାଳ ସମୟରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୁମିକମ୍ପ ଅନୁଭୁତ ହୋଇଥିଲା । ରିକ୍ଟର ସେଲ୍‌ରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଥିଲା ।

Get real time updates directly on you device, subscribe now.