ଭଉଣୀ ନଥାଇ ଭଉଣୀର ହାତ ବାନ୍ଧିଲା ରାକ୍ଷୀ, ଆଖିରେ ଲୁହ ଆଣିଦେବା ଭଳି ଘଟଣା

ଭଉଣୀ ନାହିଁ, କିନ୍ତୁ ଭଉଣୀର ହାତ ବାନ୍ଧିଲା ରାକ୍ଷୀ

ଅହମଦାବାଦ: ରାକ୍ଷୀ, ଯାହାକୁ ସ୍ନେହ ଓ ଭଲପାଇବାର ଡୋରି ବୋଲି କୁହାଯାଏ। ସବୁ ଭାଇ ଏହି ରାକ୍ଷୀରେ ଭଉଣୀମାନଙ୍କୁ ରକ୍ଷା କରିବାର ପ୍ରତିଶୃତି ମଧ୍ୟ ଦେଇଥାନ୍ତି। ତେବେ ଏହାରି ମଧ୍ୟରେ ଗୁଜରାଟର ଭାଲସାଡରେ ଏହି ରାକ୍ଷୀକୁ ନେଇ ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଆପଣଙ୍କ କାହିଁରେ ଲୁହ ଆଣିଦେବ।

ଆଜ୍ଞା ହଁ, ଗୁଜରାଟର ଭାଲସାଡରେ ଦୁଇଟି ପରିବାର ରକ୍ଷା ବନ୍ଧନ ପାଇଁ ଏକାଠି ହୋଇଥିଲେ। ପନ୍ଦର ବର୍ଷୀୟା ଅନାମତା ଅହମଦ ରକ୍ତର ଭଉଣୀ ହୋଇନଥିଲେ ମଧ୍ୟ ଭଉଣୀକୁ ହରାଇଥିବା ଶିବମ ମିସ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।

ଅନାମତା, ଯିଏ କି 2022 ରେ ଏକ ବିଦ୍ୟୁତ୍ ଦୁର୍ଘଟଣା ପରେ ତାଙ୍କ ଡାହାଣ ହାତ ହରାଇଥିଲେ। ତାର ଠିକ ଗୋଟିଏ ମାସ ପରେ 9 ବର୍ଷୀୟା ରିଆ ମିସ୍ତ୍ରୀ ଯିଏକି ଶିବମଙ୍କର ଭଉଣୀ ଥିଲେ, ତାଙ୍କର ବ୍ରେନ ଷ୍ଟ୍ରୋକ ଦ୍ୱାରା ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ରିୟାର ପରିବାର ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ମୁମ୍ବାଇର ଅନାମତାଙ୍କ ଶରୀରରେ ରିୟାଙ୍କ ହାତ ଲଗାଯାଇଥିଲା।

ଯେତେବଳେ ଅନାମତା ଶିବମଙ୍କ ହାତର ରାକ୍ଷୀ ବାନ୍ଧୁଥିଲେ, ସେତେବେଳେ ଶିବମ କହିଥିଲେ, “ମୁଁ ଆଜି ଏପରି ଅନୁଭବ କରୁଛି ଯେପରି ମୋ ଭଉଣୀ ରିୟା ମୋ ହାତରେ ରାକ୍ଷୀ ବାନ୍ଧୁଛି।” ଏହି ଘଟଣା ପରେ ଶିବମଙ୍କ ମାଆ ମଧ୍ୟ କହିଥିଲେ, “ଗୋଟିଏ ଝିଅକୁ ହରାଇବା ପରେ, ଆମେ ଆଉ ଗୋଟେ ଝିଅକୁ ପାଇଲୁ।” ଏହି ମୁହୂର୍ତ୍ତଟି ଗଭୀର ଭାବପ୍ରବଣ ଥିଲା। ଯେଉଁଥିରେ ସମସ୍ତଙ୍କ ଆଖି ଓଦା ହୋଇଯାଇଥିଲା।