Breaking: ବଣିଆ ସମ୍ପ୍ରଦାୟର ମହିଳା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପରବେଶ ବର୍ମା ଉପ-ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ କାଲିଠୁ ବିଜେପି ଶାସନ। ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିଲା ମୋହର। ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ଚୟନ କରିଥିବା ବେଳେ, ପ୍ରରଭେଶ ବର୍ମାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି।

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା। ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପିର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା। ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ବାଜିଲା ମୋହର। ଆସନ୍ତାକାଲି ଶପଥ ନେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି ରେଖା।

ମହିଳା ଚେହେରା ଉପରେ ଭରଷା କଲେ ବିଜେପିର ଶୀର୍ଷ ନେତୃତ୍ୱ। ରେଖାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଥିଲା। ଯେହେତୁ ସେ ବଣିଆ ସମ୍ପ୍ରଦାୟର। ଆଉ ଦିଲ୍ଲୀରେ ତାଙ୍କର ଅଧିକ କାଟତି ରହିଛି। ତେଣୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଛି।

ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ ପର୍ଯ୍ୟବେକ୍ଷକ। ଶାଲିମାର ବାଗ୍ ଆସନରୁ ବିଜୟୀ ହୋଇଥିଲେ ରେଖା। ସେପଟେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ହେଲେ ପରବେଶ ବର୍ମା। ଯାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ଥିଲା। ପରବେଶ ନୂଆଦିଲ୍ଲୀ ଆସନରୁ କେଜ୍ରିଓ୍ୱାଲଙ୍କୁ ହରାଇଥିଲେ।