(Video)ମୃତ୍ୟୁର ଲାଇଭ ଭିଡିଓ, କବାଡି ଖେଳୁଖେଳୁ ଟଳି ପଡିଲେ ଖେଳାଳି

ଭୁବନେଶ୍ବର(ଓଡିଶା ଭାସ୍କର): କୁହାଯାଏ ମୃତ୍ୟୁ କାହା ହାତରେ ନଥାଏ । କେତେବେଳେ ଯେ ମୃତ୍ୟୁ ଆସେ ତାହା କାହାକୁ ବି ଜଣାନଥାଏ । ଏଭଳି ଏକ ଆଶ୍ଚର୍ଯ୍ୟ ଏବଂ ଦୁଃଖଦ ଖବର ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲାରୁ । କବାଡି ଖେଳୁଖେଳୁ ଜଣେ ଖୋଳାଳୀଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେହି ସମୟର ଲାଇଭ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁସାରେ,ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗ୍ରାମରେ କବାଡି ଖେଳ ହେଉଥିଲା । ତେବେ ସମସ୍ତେ ଏକାଗ୍ରତାର ସହିତ ଖେଳୁଥିଲେ । ହେଲେ ହଠାତ୍ କେହି କିଛି ଭାବିବା ଆଗରୁ ଟଳିପଡିଥିଲେ ଯୁବକଜଣକ । ତେବେ ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କମିଟି ଓ ଖେଳାଳିମାନେ ତୁରନ୍ତ ତରବୋଡ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ବେଳେ ଖେଳାଳିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଯୁବକ ହେଲେ ଛତିଶଗଡ଼ ରାଜ୍ୟ ମହାସମୁନ ଜିଲ୍ଲା ସରେଇପାଲି ଥାନା ଡୁଡୁମଚୂଆ ଗ୍ରାମର ଖଗେଶ୍ବର ରାଠିଆ (୨୬)। ତେବେ ଏହି ଘଟଣାରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.