fbpx

ଅମୀର ଖାନଙ୍କ ମା’ଙ୍କୁ ଆସିଲା ହାର୍ଟ ଆଟାକ୍, ମୁମ୍ବାଇ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ସୁପରଷ୍ଟାର ଅମୀର ଖାନଙ୍କ ମା’ ଜିନତ ଖାନଙ୍କୁ ଆସିଛି ହାର୍ଟ ଆଟାକ୍ । ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ପୂର୍ବେ ଅମୀର ଖାନ ଏବଂ କିରଣ ରାଚ୍ୱହୁ ଧୁମଧାମରେ ମା’ ଜିନତଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଏବେ ହାର୍ଟ ଆଟାକ୍ ଆସିବାରୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ଖବର ଅନୁସାରେ, ଅମୀର ଖାନଙ୍କ ମା’ଙ୍କୁ ବର୍ତ୍ତମାନ ଦକ୍ଷିଣ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି । ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ମେଡିକାଲକୁ ଆସୁଥିବା ଦେଖିବାକୁ ମିଳିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏବିଷୟରେ କୌଣସି ସୂଚନା ଯେପରି ବାହାରକୁ ନଯାଇପାରେ, ସେଥିପାଇଁ ଅମିର ଖାନ ଓ ତାଙ୍କ ପରିବାର ଲୋକ ବିଶେଷ ଧ୍ୟାନ ଦେଉଛନ୍ତି । ନିକଟରେ କରଣ ଜୋହରଙ୍କ ଚାଟ୍ ସୋ’ରେ ଅମୀର ଖାନ ମଧ୍ୟ ପରିବାର ବିଷୟରେ କହିଥିଲେ । ଏହି ସମୟରେ ସେ କହିଥିଲେ ଯେ, ସେ ନିଜ ପରିବାର ସହିତ ଉପଯୁକ୍ତ ସମୟ ବିତାଇବାକୁ ସକ୍ଷମ ନୁହଁନ୍ତି ବୋଲି ଅତ୍ୟନ୍ତ ଦୁଃଖିତ । ସେଥିପାଇଁ ବର୍ତ୍ତମାନ ସେ ପରିବାର ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି । ପିଲା ଏବଂ ମା ସହିତ ସମୟ ବିତାଇବା ପାଇଁ ସେ କଠିନ ପରିଶ୍ରମ ମଧ୍ୟ କରନ୍ତି ।

Get real time updates directly on you device, subscribe now.