fbpx

ଅମୀର ଖାନ ଓ କରୀନାଙ୍କୁ ଝଟକା: ଏହିସବୁ ରାଜ୍ୟରେ ବ୍ୟାନ ହେଲା ଫିଲ୍ମ ‘ଲାଲ ସିଂହ ଚଡ୍ଡା’

ମୁମ୍ବାଇ: ଚଳିତ ମାସ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି କରୀନା କପୁର ଓ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ । ଏହି ଫିଲ୍ମରେ ଏହି ଦୁଇ କଳାକାରଙ୍କ ବ୍ୟତୀତ ସାଉଥ୍ ସୁପରଷ୍ଟାର ନାଗାଚୈତନ୍ୟ ମଧ୍ୟ ନଜର ଆସିବେ । ତେବେ ଏହି ଚଳଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ହିଁ ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖା ଦେଇଛି । ଏପରି କି ଏହି ଚଳଚିତ୍ରକୁ ବ୍ୟାନ କରିବାକୁ ସୋସିଆଲ ମିଡିଆରେ ଦାବି ହେଉଛି । ଯାହାକୁ ନେଇ ଅଭିନେତା ଅମୀର ଖାନ୍ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଦେଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହାରି ମଧ୍ୟରେ ବଲିଉଡ ଅଭିନେତା ତଥା ନିଜକୁ ଫିଲ୍ମ କ୍ରିଟିକ କହୁଥିବା କେଆରକେ( କମଲ ରସିଦ ଖାନ୍) କହିଛନ୍ତି ଅମୀର ଖାନଙ୍କ ଏହି ଚଳଚିତ୍ରକୁ କିଛି ସ୍ଥାନରେ ବ୍ୟାନ କରାଯାଇଛି । ଯାହାକୁ କିଛି ଲୋକେ ସପୋର୍ଟ କରିଥିବା ବେଳେ କିଛି ଲୋକେ ଟ୍ରୋଲ ମଧ୍ୟ କରିଛନ୍ତି ।

କେଆରକେଙ୍କ ଏହି ଟ୍ୱିଟ ଟ୍ରୋଲ ହେବା ପରେ ସେ ଏହାକୁ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଛନ୍ତି । ତେବେ ସେ ଟ୍ୱିଟରେ ଏହା ଲେଖିଥିଲେ ଯେ ବ୍ରେକିଙ୍ଗ ନ୍ୟୁଜ୍ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ଏମପି, ୟୁପି ଓ ହରିୟାଣାରେ ବେସରକାରୀ ଭାବେ ବ୍ୟାନ କରାଯାଇଛି । ଅପର ପକ୍ଷେ ଲୋକଙ୍କ ପ୍ରତିକ୍ରିୟା ମିଳିବା ପରେ ଅଭିନେତା ଅମୀର ଖାନ୍ କହିଛନ୍ତି ଯେ ନଦେଖ ଆମ ଚଳଚିତ୍ର । ଯାହାକୁ ପସନ୍ଦ ନୁହେଁ ସେ ନଦେଖୁ । ସେହିପରି କରୀନା କାପୁର ମଧ୍ୟ ସମାନ କଥା କହିଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି ଓ ଏହି ଚଳଚିତ୍ରକୁ ସମ୍ପୂର୍ଣ୍ଣ ବ୍ୟାନ କରିବାକୁ ଦାବି ହୋଇଛି ।

Get real time updates directly on you device, subscribe now.