ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ ।

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ ସାମରିକ କମାଣ୍ଡର ନିଯୁକ୍ତ କରିଛନ୍ତି ।

ଖାମେନି ସଶସ୍ତ୍ର ବାହିନୀର ନୂତନ ଚିଫ୍ ଅଫ୍ ଷ୍ଟାଫ୍ ଭାବରେ ଅବଦୋଲରହିମ୍ ମୁସାଭି, ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସର ନୂତନ କମାଣ୍ଡର ଭାବରେ ମହମ୍ମଦ ପାକ୍ପୌର ଏବଂ ଖତମ୍ ଅଲ୍-ଅନବିୟା କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେବା ପାଇଁ ଅଲି ସାଦମାନିଙ୍କୁ ନାମିତ କରିଛନ୍ତି। ଏହାପୂର୍ବରୁ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ରାତାରାତି ହୋଇଥିବା ବିମାନ ଆକ୍ରମଣରେ ଇରାନର ତିନି ଜଣ ଶୀର୍ଷ ସାମରିକ ନେତାଙ୍କୁ ହତ୍ୟା କରିଥିବା ଜଣାପଡିଛି।

ଏହି ପୁନଃ ନିଯୁକ୍ତି କ’ଣ କହୁଛି?

ଏହି ନିଯୁକ୍ତିରେ ଏକ ବିଶେଷ ବାର୍ତ୍ତା ଲୁଚି ରହିଛି ଯେ ଇରାନ ଏବେ ସିଧାସଳଖ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି। ଗୋଟିଏ ପଟେ, ଦେଶ ଏହାର ସହିଦ ଜେନେରାଲମାନଙ୍କୁ ଧାର୍ମିକ ଗୁରୁତ୍ୱ ଦେଉଥିବା ବେଳେ, ଅନ୍ୟପଟେ ଏହା ପ୍ରତିଶୋଧକୁ ଏକ ବିପ୍ଳବୀ କାର୍ଯ୍ୟ ବୋଲି କହୁଛି। ଏହା ସ୍ପଷ୍ଟ ଯେ ଇରାନର ପରବର୍ତ୍ତୀ ଟାର୍ଗେଟ କ’ଣ ହେବ ତାହା ସ୍ଥିର କରିସାରିଛି ଏବଂ ଏହି ସଙ୍କେତ ଇସ୍ରାଏଲ ପାଇଁ ବହୁତ ବଡ଼ ଚିନ୍ତାଜନକ ବିଷୟ।