ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର, ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଦିଲ୍ଲୀ ଏମ୍ସ ଯାଇପାରନ୍ତି ଅଭିଜିତ
ଭୁବନେଶ୍ୱର: ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇପାରନ୍ତି ଅଭିଜିତ ମଜୁମଦାର । ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଏମ୍ସରେ ପହଞ୍ଚିଲେ ସ୍ୱାସ୍ଥ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସାଙ୍ଗରେ ଥିଲେ ବିଧାୟକ ବାବୁ ସିଂ ।
ଶ୍ରୀତମ ଦାସ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଥିଲେ । ସେ କହିଛନ୍ତି ଯେ, କିଡନୀ ଓ ଲିଭର ସମସ୍ୟାରେ ସୁଧାର ଆସୁଛି । ଡାକ୍ତରୀ ଟିମ୍ ଆବଶ୍ୟକ ଚିକିତ୍ସା ଯୋଗାଇ ଦେଉଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଟିମ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଏମ୍ସକୁ ନେବାକୁ ପ୍ରସ୍ତୁତ ରୁହନ୍ତୁ ।
ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି ଯେ, ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ। ସେପ୍ଟେମ୍ବର 4 ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ହୋଇଥିଲେ ଓଲିଉଡ୍ ସିଙ୍ଗର ଅଭିଜିତ୍ ମଜୁମଦାର। ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍ସ ସ୍ଥାନାନ୍ତର କରାଯାଇଥିଲା ।
ଏହା ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଭିଜିତ୍। ଓଡ଼ିଶାର ଏହି ଲୋକପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ।
ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ କଟକର ଏକ ପ୍ରାଇଭେଟ ହସ୍ପିଟାଲରେ ଅଭିଜିତଙ୍କୁ ନିଆଯାଇଥିଲା। ସେଠାରେ କିଛିଦିନ ଚିକିତ୍ସା ପରେ ସ୍ୱାସ୍ତ୍ୟାବସ୍ଥାରେ ସୁଧାର ଆସି ନ ଥିଲା। ଯେଉଁ କାରଣରୁ ଅଭିଜିତଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।