fbpx

‘ଆୟର ଉତ୍ସ ଖୋଜିବାରେ ସକ୍ଷମ’: ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ମହିଳାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ନୂଆଦିଲ୍ଲୀ: ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇଁ ମହିଳାଙ୍କ ଦାବିକୁ ଖାରଜ କରିଛନ୍ତି କୋର୍ଟ। ଏହା ସହିତ କୋର୍ଟ କହିଛନ୍ତି ଯେ, ମହିଳା ଜଣକ ସକ୍ଷମ ଅଟନ୍ତି, ତେଣୁ ତାଙ୍କୁ ଭରଣା ପୋଷଣ ପ୍ରଦାନ କରିବାକୁ ଅନୁମତି ଦେବା ନିଷ୍କର୍ମତା ଏବଂ ତାଙ୍କ ସ୍ୱାମୀ ଉପରେ ନିର୍ଭରଶୀଳତାକୁ ଉତ୍ସାହିତ କରିବ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସ୍ୱୟଂ ସିଦ୍ଧ ତ୍ରିପାଠୀ ଅଧିନିୟମ ଅନୁଯାୟୀ ମାସକୁ ୫୦,୦୦୦ ଟଙ୍କା ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ପାଇଁ ଏକ ଆବେଦନ ଶୁଣାଣି କରୁଥିଲେ।

ଏହି ସମୟରେ ବିଚାରପତି କହିଥିଲେ ଯେ, ଅଭିଯୋଗକାରୀ (ପତ୍ନୀ) ଭଲ ଶିକ୍ଷିତ ଏବଂ ନିଜ ପାଇଁ ଆୟର ଉତ୍ସ ଖୋଜିବାରେ ସକ୍ଷମ, ଏଭଳି ପରିସ୍ଥିତିରେ ଭରଣପୋଷଣ ଅନୁମତି କେବଳ ସ୍ୱାମୀଙ୍କ ଉପରେ ନିଷ୍କର୍ମତା ଏବଂ ନିର୍ଭରଶୀଳତାକୁ ଉତ୍ସାହିତ କରିବ। ତେଣୁ, ତାଙ୍କର ରୋଜଗାର କ୍ଷମତାକୁ ବିଚାର କରି ମୁଁ କୌଣସି ଭରଣପୋଷଣ ଦେବାକୁ ଇଚ୍ଛୁକ ନୁହେଁ।

ଏହାସହିତ କୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କ ଆୟ ଏବଂ ଉନ୍ନତ ଜୀବନଶୈଳୀ ପ୍ରମାଣ କରିବା ପରିବର୍ତ୍ତେ ପତ୍ନୀଙ୍କୁ ଦର୍ଶାଇବାକୁ ପଡିବ ଯେ ସେ ତାଙ୍କ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ, ବଞ୍ଚିପାରିବେ ନାହିଁ ଏବଂ ମୌଳିକ ଆବଶ୍ୟକତା ମଧ୍ୟ ପୂରଣ କରିପାରିବେ ନାହିଁ। ଏହା ଶୀତ କୋର୍ଟ କହିଥିଲେ କି, ଅଭିଯୋଗକାରୀଙ୍କୁ ପ୍ରମାଣ କରିବାକୁ ପଡିବ ଯେ ସେ ରୋଜଗାର କରୁନାହାଁନ୍ତି କିମ୍ବା ତାଙ୍କ ଆୟ ତାଙ୍କ ଶାଶୁ ଘରେ ଉପଲବ୍ଧ ଜୀବନଧାରଣର ମାନ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ନୁହେଁ।

କୋର୍ଟ ଏହି ମାମଲାରେ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ପତ୍ନୀ ଜଣେ ଏମବିଏ ଏବଂ ତାଙ୍କ ସ୍ୱାମୀ ଭଳି ସମାନ ଯୋଗ୍ୟ। ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଡାକ୍ତର ଥିବା ସ୍ୱାମୀ ବର୍ତ୍ତମାନ ବେକାର ଅଛନ୍ତି।

Get real time updates directly on you device, subscribe now.