fbpx

ଗଣେଶ ପୂଜାରେ ଘଟିଲା ଅଘଟଣ : ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର

କଟକ : ଆଜି ହେଉଛି ପବିତ୍ର ଗଣେଶ ପୂଜା । ଏହି ଗଣେଶ ପୂଜାରେ ଘଟିଛି ଏକ ବଡ଼ ଅଘଟଣ । କଟକର ଏକ ଘରୋଇ ବିଦ୍ୟାଳୟର ୩ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଜଣଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ନରାଜର ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି ନେଉଥିଲେ । ଏହି ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ୩ଜଣ ଛାତ୍ର ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତ ଆହାତ ହୋଇଛନ୍ତି ।

ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଭୟ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନା ଥିବାର ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.