fbpx

ବାନାନା ମିଲ୍କ ଶେକ୍ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ଘାତକ : ଏହି ତଥ୍ୟ ଜାଣିବା ପରେ ଆପଣ ବଦଳାଇ ଦେବେ ଅଭ୍ୟାସ

Advertisement

ଆଧୁନିକ ଜୀବନ ଶୈଳୀରେ ଫିଟ୍ ରହିବା ପାଇଁ ଆମେ ଅନେକ ପ୍ରକାର କାର୍ଯ୍ୟ କରିଥାଉ । ଏଥିସହିତ ଆମେ ଆମ ଡାଇଟ୍ରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟକୁ ସାମିଲ କରିଥାଉ । ତେବେ ଆମେ ଆମ ଡାଇଟରେ ଏପରି କିଛି ଖାଦ୍ୟକୁ ସାମିଲ କରିଥାଉ ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ । ତେବେ ଅଧିକାଶଂ ଲୋକେ ବିଶ୍ୱାସ କରନ୍ତି ଯେ ବାନାନା ମିଲ୍କ ଶେକ୍ ପିଇବା ଦ୍ୱାରା ପତଳା ଲୋକଙ୍କର ଓଜନ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେତେ ଲାଭ ଦାୟକ ଏହି ବାନାନା-ମିଲ୍କ ଶେକ୍ ।

ଆମେ ଏପରି କିଛି ଖାଦ୍ୟକୁ ହାଇଲାଇଟ୍ କରିଛନ୍ତି ଯାହା ଆମ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ପ୍ରମାଣିତ ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ବାନାନା-ମିଲ୍କ ଶେକ୍ । ପ୍ରାୟତଃ ଜିମ୍ ପ୍ରଶିକ୍ଷକ(ଟ୍ରେନର) ମାନେ ପତଳା ପିଲାଙ୍କୁ ସେମାନଙ୍କ ଖଦ୍ୟରେ ବାନାନା-ମିଲ୍କ ଶେକ୍ ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ସେହିପରି ଗ୍ରୀଷ୍ମ ଋତୁରେ ଅନ୍ୟ ଶେକ୍ ଅପେକ୍ଷା ବାନାନା-ମିଲ୍କ ଶେକ୍କୁ ଲୋକେ ଅଧିକ ପସନ୍ଦ କରିଥାନ୍ତି । ତେବେ ଖୁବ୍ କମ ଲୋକ ଜାଣିଛନ୍ତି ଯେ କଦଳୀ ଓ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଏହା ଶରୀରୀ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ବାନାନା-ମିଲ୍କ ଶେକ୍ ଶରୀର ଉପରେ କଣ ଖରାପ ପ୍ରଭାବ ପକାଇ ଥାଏ ।

ବାନାନା-ମିଲ୍କ ଶେକ୍ ମସ୍ତିଷ୍କ ଉପରେ ପକାଇଥାଏ ଖରାପ ପ୍ରଭାବ : ଆୟୁର୍ବେଦ ହେଉଛି ଆମ ଭାରତର ସବୁଠାରୁ ଶକ୍ତିଶାଳୀ ଶାସ୍ତ୍ର । ଯେଉଁଥିରେ ବିଶ୍ୱର ଅନେକ ରୋଗକୁ ମୂଳରୁ ଶେଷ କରିବାର ଉପଚାର କୁହାଯାଇଛି । ତେବେ ଏହି ଆୟୁର୍ବେଦ ଅନୁଯାଇ କଦଳୀରେ ଫାଇବର ମାତ୍ରା ଅଧିକ ରହିଥାଏବେଳେ କ୍ଷୀରରେ କ୍ୟାଲସିୟମର ପରିମାଣ ଅଧିକ ରହିଥାଏ । ଯେଉଁଥିପାଇଁ କଦଳୀ ଓ କ୍ଷୀରକୁ ଏକତ୍ର ଖିଆଯାଇ ନଥାଏ । ଏହାକୁ ଖାଇବା ଦ୍ୱାରା ଆମ ହରମୋନ ଉପରେ ଗଭୀର ପ୍ରଭାବ ପଡିଥାଏ ।

ଗର୍ଭବତୀ ମହିଳାଙ୍କର ହୋଇଥାଏ କ୍ଷତି : ଗର୍ଭଧାରଣ କରିବା ପରେ ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ ମହିଳାମାନଙ୍କୁ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥାଏ । ଏପରି ପରିସ୍ଥିତିରେ ଶିଶୁମାନଙ୍କର ଭଲ ଯତ୍ନ ପାଇଁ କଦଳୀ ଓ କ୍ଷାର ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଖାଇବା ଦ୍ୱାରା ଶରୀରରେ ବିଶାକ୍ତ ପଦାର୍ଥ ପରିମାଣ ବୃଦ୍ଧି ପାଇଥାଏ । ଏଥି ସହିତ ଏହା ଅନେକ ରୋଗର ଆଶଙ୍କାକୁ ମଧ୍ୟ ବଢାଇ ଥାଏ । ଯାହାଫଳରେ ପିଲା ଉପରେ ଗଭିର ପ୍ରଭାବ ପଡିଥାଏ । ତେଣୁ ବାନାନା-ମିଲ୍କ ଶେକ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

Get real time updates directly on you device, subscribe now.