ଅଭିଯୁକ୍ତକୁ ଧରିବାର ପ୍ରୟାସ କନେଷ୍ଟବଳଙ୍କୁ ପଡିଲା ମହଙ୍ଗା, ହରାଇଲେ ପତ୍ନୀ ଓ ଝିଅଙ୍କୁ

ରାୟପୁର: ଛତିଶଗଡର ସୁରଜପୁର ଜିଲ୍ଲାରେ ହଇଚଇ । ମାଆ, ଝିଅଙ୍କ ହତ୍ୟା ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା । ଅଭିଯୁକ୍ତର ଘରେ ନିଆଁ ଲଗାଇଦେଲେ ସ୍ଥାନୀୟ ବାସିନ୍ଦା । ପୁଲିସ କର୍ମୀଙ୍କୁ ହତ୍ୟାକରିବାରେ ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଏମିତି ନାରକୀୟ କାଣ୍ଡ ଭିଆଇଛି ଅଭିଯୁକ୍ତ । ସବୁଠୁ ବଡ କଥା ଅଭିଯୁକ୍ତ ହେଉଛି ଜଣେ କଂଗ୍ରେସ ନେତା ।

ସୂଚନା ମୁତାବକ, କଂଗ୍ରେସର ଜିଲ୍ଲା ଯୁବ ମହାସଚିବ କୁଲଦୀପ ସାହୁ ଜଣେ ପେସାଦାର ଅପରାଧୀ । ତା ନାଁରେ ବିଭିନ୍ନ ଅଭିଯୋଗ ରହିଛି । ଏକ ଅଭିଯୋଗକୁ ନେଇ ପୋଲିସ ତାଙ୍କୁ ଗିରଫ କରିବାକୁ ଗୋଡାଇବା ସମୟରେ ସେ ଓଲଟା ପୋଲିସକୁ ଗାଡି ଚଢାଇ ମାରିବାକୁ ଚେଷ୍ଟା କରିବା ସହ ସେଠାରୁ ଫେରାର ହୋଇଯାଇଥିଲା । ଏମିତି କି ଜଣ ପୋଲିସ କର୍ମୀ ଉପରେ ଗରମ ତେଲ େଫୋପାଡି ଥିଲା । ଏହି ଘଟଣାରେ କନେଷ୍ଟବଳ ତାଲିବ ସେଖ ତାଙ୍କୁ ଧରିବାକୁ ତାଙ୍କ ପଛରେ ଗୋଡାଇଥିଲା ।

କୁଲଦୀପ ଘରେ ପୋଲିସ ପସି ଖୋଜିବା ବେଳେ ସେ ଫେରାର ହୋଇଯାଇଥିଲେ । ଶେଖ ନିଜ ଘରକୁ ଆସନ୍ତି ତ ଦେଖିଲେ କି, ଘରର କବାଟ ଭଙ୍ଗା ଯାଇଛି ଓ ଘରେ ତାଙ୍କ ସ୍ତ୍ରୀ ଓ ଝିଅ ନାହାନ୍ତି । ସେ ଓ ପାଖ ପଡିଶା ମା-ଝିଅଙ୍କୁ ବହୁ ଖୋଜିବା ପରେ ପାଖ ବିଲରୁ ଉଭୟଙ୍କ ଅର୍ଦ୍ଧନଗ୍ନ ଶବ ମିଳିଥିଲା । ଉଭୟଙ୍କ ଦେହରେ ଛୁରା ମାଡର ଚିହ୍ନ ରହିଥିଲା । ପୋଲିସ କୁଲଦୀପକୁ ଧରିବାକୁ ଏଣେତେଣେ ଖୋଜାଖୋଜି ଆରମ୍ଭ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିତରେ ଏହି ଖବର ବ୍ୟାପୀଯାଇଥିଲା ।

ଉତ୍ୟକ୍ତ ଲୋକ କୁଲଦୀପଙ୍କ ଘର ସମ୍ମୁଖରେ ପହଞ୍ଚି ଘର ଆଗରେ ଥିବା ଗାଡି ସବୁକୁ ଜାଳିବା ସହ ଘର ଓ ଗୋଦାମରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ତେବେ କୁଲଦୀପ ଓ ତାର ପରିବାର ବର୍ଗ ସେତେବେଳକୁ ଘରୁ ଫେରାର ହୋଇଯାଇଥିଲେ । ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ମାଆ- ଝିଅଙ୍କ ପାଇଁ ଲଢେଇ କରିବା ଆରମ୍ଭ କରିଛନ୍ତି । ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି । ଲୋକଙ୍କୁ ପୋଲିସ ଉପରେ ବିଶ୍ୱାସ ରଖିବାକୁ ଅପିଲ କରାଯାଉଛି । କିନ୍ତୁ ଲୋକଙ୍କ ଆକ୍ରୋଶ ଥମିବାର ନାଁ ନେଉନାହିଁ ।

 

Get real time updates directly on you device, subscribe now.