fbpx

ହାର୍ଟ ଆଟାକରେ ଆଲବମ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ

ଭୁବନେଶ୍ୱର: ସମ୍ବଲପୁରୀ ତଥା ମେଗା ଧାରାବାହିକ ଅଭିନେତା ସତ୍ୟଜିତ ପୁରୋହିତଙ୍କ ପରଲୋକ । ମୃତ୍ୟ ବେଳେ ତାଙ୍କ ୩୨ ବର୍ଷ ହେଉଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପୁର୍ବରୁ ସେ କୌଣସି ଅଜଣା ରୋଗରେ ପଡିତ ହୋଇ ସୁସ୍ଥ ହୋଇଥିଲେ । ଗତକାଲି ସକାଳ ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ପ୍ରଥମେ କଂଟାବାଞ୍ଜି ସହରର ଏକ ଘରୋଇ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ । ଡାକ୍ତର ସରକାରି ଡାକ୍ତରଖାନାରେ ଚିକିତ୍ସା କରାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପରେ କଂଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ନେଇଯାଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା ।

ସେଠାରେ ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । କଂଟାବାଞ୍ଜିକୁ ମର ଶରୀର ଆଣିଥିବା ବେଳେ ଏଠି ଆଶ୍ରମପଡା ସ୍ଥିତ ଶ୍ମଶାନ ଘାଟରେ ଶେଷକୃତ ସଂପନ୍ନ କରାଯାଇଥିଲା । ସତ୍ୟଜିତ ଅନେକ ସମ୍ବଲପୁରୀ, ନାଗପୁରୀ ଗିତରେ ଅଭିନୟ କରିଥିବା ବେଳେ ସାର୍ଥକ ଚେନେଲରେ ଆସୁଥିବା ମେଗା ଧାରାବାହିକ ପରିରେ ଅଭିନୟ କରିଥିଲେ । କଂଟାବାଞ୍ଜି ସତ୍ୟଜିତଙ୍କ ଘର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ପୁଣି କଂଟାବାଞ୍ଜି ଫେରିଆସିଥିଲେ । ସତ୍ୟଜିତ ପୁରୋହିତ ଅନେକ ଆଲବମ୍‌ ଓ ଧାରା ବାହିକରେ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ସମ୍ବଲପୁରୀ ଆଲବମ୍‌ ‘ଭୋଳା ପାଗଳ’ ହିଟ୍‌ ହୋଇଥିଲା। ଏହି ଆଲବମ୍‌ ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ।

Get real time updates directly on you device, subscribe now.