fbpx

ହିରୋଇନଙ୍କୁ ନେଇ ହେଲା ମହାଖୁଲାସା: ୧୨ଟି ଫର୍ଜି କମ୍ପାନୀ ଚଳାଉଥିଲେ ଅର୍ପିତା

Advertisement

ନୂଆଦିଲ୍ଲୀ: ଧିରେ ଧିରେ ଇଡିର ଜାଲରେ ଫସି ଚାଲିଛନ୍ତି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ହିରୋଇନଙ୍କୁ ନେଇ ବଡ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଙ୍କା ହେରଫେର କରିବା ପାଇଁ ଗୋଟିଏ କି ୨ଟି ନୁହେଁ, ୧୨ଟି ଫର୍ଜି କମ୍ପାନୀ ଚଳାଉଥିଲେ ଅର୍ପିତା ମୁଖାର୍ଜୀ । ଶନିବାର ସନ୍ଧ୍ୟାରେ ଜୋକାସ୍ଥିତ ଫ୍ଲାଟରେ ଚଢାଉ ସମୟରେ ଜବତ ହୋଇଥିବା ଦସ୍ତାବିଜ ଏସବୁର ପ୍ରମାଣ ଦେଇଛି ।

ଜଣେ ଅଳ୍ପ ଜଣାଶୁଣା ଅଭିନେତାଙ୍କର ଓଡିଶା ଏବଂ ତାମିଲନାଡୁର ବିଭିନ୍ନ ପ୍ରଡକ୍ସନ ହାଉସର ଲୋକମାନଙ୍କ ସହ ସମ୍ପୃକ୍ତିକୁ ନେଇ ସନ୍ଦେହ କରିଛି ଇଡି ବିଭାଗ । ଅର୍ପିତାଙ୍କ ଫ୍ଲାଟରୁ ମିଳିଥିବା ଦସ୍ତାବିଜରୁ ଏହା ପ୍ରମାଣ ହେଉଛି ଯେ, ଆର୍ଥିକ ହେରଫେର କରିବା ପାଇଁ ଅର୍ପିତା ଏହି ସବୁ କମ୍ପାନୀ ଚଳାଉଥିଲେ । ଏ ନେଇ ସୂଚନା ଦେଇଛନ୍ତି ଇଡିର ବରିଷ୍ଠ ଅଧିକାରୀ । ଏହାସହିତ ଓଡିଶା ଏବଂ ତାମିଲନାଡୁର କିଛି ଲୋକମାନଙ୍କ ଉପରେ କଡା ନଜର ରଖିଥିବା ପ୍ରକାଶ କରିଛି ଇଡି । ଖୁବ ଶୀଘ୍ର ସେମାନଙ୍କୁ ପଚରାଉଚରା କରାଯାଇପାରେ ବୋଲି ଜଣାଯାଇଛି ।

ଦସ୍ତାବିଜ ଅନୁସାରେ ଇଡି ଖୋଳତାଡ ଜାରି ରଖିଛି । ତେବେ କୌଣସି ପ୍ରଡକ୍ସନ ହାଉସରେ ଅର୍ପିତା ଅର୍ଥନିବେଶ କରିଛନ୍ତି କି ନାହିଁ ସେ ନେଇ ତଦନ୍ତ କରୁଛି ଇଡି । ରବିବାର ଦିନ ଅର୍ପିତାଙ୍କୁ ଦିନିକିଆ ରିମାଣ୍ଡରେ ପଠାଇଥିଲା କୋଲକାତାର ଏକ ଅଦାଲତ । ଅନେକ ପଚରାଉଚରା ପରେ ଅର୍ପିତାଙ୍କୁ ଗିରଫ କରିବା ସହ ଫ୍ଲାଟରୁ ଲକ୍ଷାଧିକ ଟଙ୍କା ଏବଂ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଛି ।

Get real time updates directly on you device, subscribe now.