ହୁମା କୁରେଶିଙ୍କ ଭାଇକୁ କେମିତି ହୋଇଥିଲା ହତ୍ୟା, ସାମ୍ନାକୁ ଆସିଲା ସିିସିଟିଭି ଫୁଟେଜ, ଧାରୁଆ ଅସ୍ତ୍ରରେ …

୨ଜଣ ଯୁବକ ଅସିଫ ସହ ଟଣା ଓଟରା କରିବା ସହ ମାଡ଼ ମାରୁଛନ୍ତି।

ନୂଆଦିଲ୍ଳୀ: ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶିଙ୍କ ଭାଇକୁ କେମିତି କରାଯାଇଥିଳା ହତ୍ୟା। ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌। ଭିଡିଓରେ ଯୁବକ ଗାଳି ଗୁଳଜ କରିବା ସହ ଅସିଫ ଉପରେ ଆକ୍ରମର କରିଥିବା ଦେଖିବାକୁ ମିଳିଛି।

ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ୨ଜଣ ଯୁବକ ଅସିଫ ସହ ଟଣା ଓଟରା କରିବା ସହ ମାଡ଼ ମାରୁଛନ୍ତି। ଟଣା ଓଟରା କରି ଆସିଫ୍‌ଙ୍କୁ ତଳେ ପକାଇ ଦେଉଛନ୍ତି। କିଛି ଲୋକ ଏହାକୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।

ଏହାରି ଭିତରେ ଜଣେ ଅଭିଯୁକ୍ତ ଅସିଫଙ୍କୁ ତଳେ ପକାଇ ଦେଉଛି। ସେ ଯେତେବେଳେ ଉଠିବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ଘଟରା ସ୍ଥଳରେ ଚିତ୍କାର ଏବଂ ଗଣ୍ଡଗୋଳ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି।

ପାର୍କିଂ ବିବାଦରୁ ହତ୍ୟା
ସୂଚନା ଅନୁସାରେ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇ ଆସିଫଙ୍କ ପରିବାର ଦିଲ୍ଲୀର ନିଜାମୁଦ୍ଦିନରେ ରୁହନ୍ତି। ଗତକାଲି ରାତିରେ ଆସିଫଙ୍କର ପଡ଼ୋଶୀଙ୍କ ସହ ଝଗଡ଼ା ହୋଇଥିଲା। ପାର୍କିଂକୁ ନେଇ ଝଗଡ଼ା ହୋଇଥିଲା, ଏହି ଝଗଡ଼ା ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

ଝଗଡ଼ା ମଧ୍ୟରେ ଜଣେ ଯୁବକ ଆସିଫଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ, କିନ୍ତୁ ଆସିଫଙ୍କୁ ମୃତ ଘୋଷଣା କରାଯାଇଥିଲା। ଆସିଫଙ୍କ ହତ୍ୟା ପରେ ପରିବାରରେ ଦୁଃଖର ମାହୋଳ ସୃଷ୍ଟି ହୋଇଛି।

ଆସିଫଙ୍କ ହତ୍ୟାର ଅଭିଯୁକ୍ତ ଉଭୟ ନାବାଳକ
ଆସିର ବାପା ଇଲିଆସ୍ କୁରେଶୀଙ୍କ ଅଭିଯୋଗ କ୍ରମେ ନିଜାମୁଦ୍ଦିନ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଉଭୟ ନାବାଳକ ଏବଂ ସେମାନଙ୍କ ନାମ ୧୯ ବର୍ଷୀୟ ଉଜ୍ଜ୍ୱଳ ଏବଂ ୧୮ ବର୍ଷୀୟ ଗୌତମ।

ପୋଲିସ ଭାରତୀୟ ଦଣ୍ଡ ସଂହିତା (ବିଏନଏସ୍‌)ର ଧାରା ୧୦୩(୧/୩(୫)) ଅନୁଯାୟୀ ୨୩୩/୨୫ ନମ୍ବର ଏଫଆଇଆର ରୁଜୁ କରିଛି।

ଆସିଫଙ୍କ ବାପା ଏବଂ ସ୍ତ୍ରୀ ପୋଲିସକୁ ସେମାନଙ୍କର ବୟାନ ଦେଇଛନ୍ତି ଏବଂ ଅଭିଯୁକ୍ତଙ୍କ ପରିଚୟ ଏବଂ ବିବାଦର କାରଣ ପ୍ରକାଶ କରିଛନ୍ତି। ପୋଲିସ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

 

ମୃତକଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ
ଆସିଫଙ୍କ ସ୍ତ୍ରୀ ସାଇନାଜ ତାଙ୍କ ବୟାନରେ ପୋଲିସକୁ କହିଛନ୍ତି ଯେ ପଡ଼ୋଶୀମାନେ ଘର ସାମ୍ନାରେ ସ୍କୁଟି ପାର୍କ କରିଥିଲେ। ଆସିଫ ସେମାନଙ୍କୁ ସ୍କୁଟି ପାର୍କ କରିବାକୁ କହିଥିଲେ, କିନ୍ତୁ ପଡ଼ୋଶୀ ଯୁବକ ଆସି ଯୁକ୍ତିତର୍କ କରିବାକୁ ଲାଗିଲେ।

ବିବାଦ କିଛି ସମୟ ମଧ୍ୟରେ ଝଗଡ଼ାରେ ପରିଣତ ହେଲା। ଉଭୟ ଯୁବକ ଆସିଫଙ୍କୁ ଠେଲାପେଲି କରିବା ଆରମ୍ଭ କଲେ। ଝଗଡ଼ା ମଝିରେ ଜଣେ ଯୁବକ ଆସିଫକୁ ଏକ ଧାରୁଆ ଜିନିଷରେ ଆକ୍ରମଣ କଲା। ସବୁକିଛି ଏତେ ଶୀଘ୍ର ଘଟିଗଲା ଯେ ନିଜକୁ ରକ୍ଷା କରିବାର କୌଣସି ସୁଯୋଗ ନଥିଲା।