fbpx

ସୁଶାନ୍ତ ସିଂ ରାଜପୁତଙ୍କ ଫ୍ଲାଟରେ ରହିଲେ ଆଦା ଶର୍ମା, କହିଲେ- ‘ଏହି ସ୍ଥାନ ମୋତେ ପଜିଟିଭ୍ ଭାଇବ୍ସ ଦେଉଛି’

Advertisement

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଆଦା ଶର୍ମାନିଜ ଫିଲ୍ମ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । କିଛି ମାସ ପୂର୍ବରୁ ଖବର ଆସିଥିଲା ଯେ, ଆଦା ସୁଶାନ୍ତ ସିଂ ରାଜପୁତଙ୍କର ମୁମ୍ବାଇରେ ଥିବା ଫ୍ଲାଟରେ ସିଫ୍ଟ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଖବରକୁ ଅଦା ନିଜେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଚାରି ମାସ ପୂର୍ବରୁ ସେ ଏହି ଘରେ ସିଫ୍ଟ ହୋଇଥିଲେ । ଏଥିସହ ସେ କହିଛନ୍ତି ଯେ, ନୂଆ ଘରେ ତାଙ୍କୁ କିପରି ଲାଗୁଛି ।

ଏକ ଇଣ୍ଟରଭ୍ୟୁରେ ଆଦା ନିଜ ନିଷ୍ପତ୍ତି ବିଷୟରେ କହିଛନ୍ତି । କିଛି ଲୋକେ ତାଙ୍କୁ ବାନ୍ଦ୍ରାର ସଂପତ୍ତିକୁ ଯିବାକୁ ଅଟକାଇ ଥିଲେ । ଆଦା କହିଛନ୍ତି ଯେ, ବର୍ତ୍ତମାନ ସେ ସିଫ୍ଟ ହୋଇଯାଇଛନ୍ତି ।

ଆଦା କହିଛନ୍ତି ଯେ, ମୁଁ ଚାରି ମାସ ପୂର୍ବରୁ ଫ୍ଲାଟରେ ରହିଆସୁଥିଲି, ହେଲେ ମୁଁ ବସ୍ତର ଏବଂ ଦ କେରେଲା ଷ୍ଟୋରୀର ଓଟିଟି ରିଲିଜ ଏବଂ ନିଜର ଅନେକ ପ୍ରୋଜେକ୍ଟସକୁ ପ୍ରମୋଟ କରିବାରେ ବ୍ୟସ୍ତ ଥିଲି । ଏହାପରେ ମୁଁ ମଥୁରାରେ ହାତୀ ସେନଚୁରୀରେ କିଛି ସମୟ ବିତାଇଥିଲି । ମୋତେ କିଛି ସମୟ ଛୁଟି ମିଳିଥିଲା ଏବଂ ଶେଷରେ ମୁଁ ଏଠାରେ ସିଫ୍ଟ ହୋଇଗଲି । ଆଦା କହିଛନ୍ତି ଯେ, ମୁଁ ନିଜ ସାରା ଜୀବନ ପାଲି ହୀଲରେ ଗୋଟିଏ ଘରେ ରହିଆସିଛି ଏବଂ ପ୍ରଥମଥର ପାଇଁ ମୁଁ ବାହରକୁ ଆସିଛି । ମୁଁ ଏଠାକର ଭାଇବ୍ସକୁ ନେଇ ବହୁତ ସମ୍ବେଦନଶୀଳ ଅଛି ଏବଂ ଏହି ସ୍ଥାନ ମୋତେ ପଜିଟିଭ ଭାଇବ୍ସ ଦେଇଥାଏ । କେରଳ ଏବଂ ମୁମ୍ବାଇରେ ଆମ ଘର ଗଛ ସହ ଘୋଡେଇ ହୋଇ ରହିଛି । ସେଠାରେ ଆମେ ପକ୍ଷୀମାନଙ୍କୁ ଖୁଆଇଥାଆନ୍ତୁ । ସେଥିପାଇଁ ମୁଁ ଏପରି ଏକ ଘର ଚାହୁଁଥିଲି ଯେଉଁଠାରେ ଭଲ ଦୃଶ୍ୟ ଦେଖାଯିବା ସହ ପକ୍ଷୀମାନଙ୍କୁ ଖୁଆଇବା ପାଇଁ ପର୍ଯ୍ୟାପ୍ତ ଯାଗା ଥିବ ।

ଆଦା ଏହି ଘର ୫ ବର୍ଷ ପାଇଁ ଭଡା ନେଇଛନ୍ତି । ଏହି ଘରେ ରହିବା ସହ ସେ ପରା ଟ୍ରାନ୍ସଫର୍ମ ମଧ୍ୟ କରିଦେଇଛନ୍ତି । ସେ ସାରା ହ୍ୱାଇଟ ଆପାର୍ଟମେଣ୍ଟରେ ପେଟିଙ୍ଗ କରିବା ଆରମ୍ଭ କରିଦେଇଛନ୍ତି । ଏଥିସହ ତଳ ମହଲା ଫ୍ଲୋରକୁ ମନ୍ଦିର କରିଦେଇଛନ୍ତି । ଉପର ଫ୍ଲୋରରେ ଏକ ମ୍ୟୁଜିକ ରୁମ, ଏକ ଡ୍ୟାନ୍ସ ଷ୍ଟୁଡିଓ ଏବଂ ଛାଡକୁ ଗାର୍ଡେନ ସେନଚୁରୀରେ ପରିବର୍ତ୍ତନ କରିଛନ୍ତି ।

Get real time updates directly on you device, subscribe now.