ବୟସ୍କମାନେ ବି ହୋଇଥାନ୍ତି Peer Pressureର ଶିକାର, ଜାଣନ୍ତୁ ପରିସ୍ଥିତିରୁ କିପରି ଦୁରେଇ ରହିପାରିବେ

ଓଡ଼ିଶା ଭାସ୍କର: ଦିନକୁ ଦିନ ଦେଶରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହି କ୍ରମରେ ସେମାନେ ଉପେକ୍ଷିତ ମଧ୍ୟ ହେଉଛନ୍ତି । ଅନେକ ପରିବାରରେ ବୟସ୍କ ବ୍ୟକ୍ତିଙ୍କୁ ନେଇ ପରିବାରରେ କଳହ ମଧ୍ୟ ଦେଖାଦେଇଥାଏ ।
ଅନେକ ସମୟରେ ସେମାନେ ଏଭଳି ପରିସ୍ଥିତିରେ ଫସିଥାନ୍ତି ଯେବେ ଅନ୍ୟର ଆଶାନୁରୂପ ନିଜକୁ ବଦଳାଇବା ପାଇଁ ଚେଷ୍ଟା କରିଥାନ୍ତି । ଏହାକ Peer Pressure ବା ସାଥିମାନଙ୍କ ଚାପ କୁହାଯାଏ ।

ସାଧାରଣତଃ ଏହି ସମସ୍ୟା କିଶୋରବସ୍ଥାରେ ଦେଖାଯାଇଥାଏ । କିନ୍ତୁ ବର୍ତ୍ତମାନ ଏହା ବୟସ୍କଙ୍କୁ ମଧ୍ୟ ପ୍ରଭାବିତ କରୁଛି ।

ଅନେକ ସମୟରେ ବୟସ୍କ ବ୍ୟକ୍ତିମାନେ ଏପରି ପରିସ୍ଥିତିରେ ଫସିଥାନ୍ତି ଯେ ଅନ୍ୟମାନଙ୍କ ଦ୍ୱାରା ଉପେକ୍ଷିତ ହୋଇଥାନ୍ତି ଏବଂ ସେମାନଙ୍କ ଆଶା ଅନୁରୂପ ବଦଳିବା ପାଇଁ ଚାପଗ୍ରସ୍ତ ଥାନ୍ତି । ଯଦି କେହି Adult Peer Pressure ଅନୁଭବ କରୁଥାନ୍ତି ତେବେ ଏହାର ମୁକାବିଲା କରିବା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

Adult Peer Pressure କ’ଣ ?

ବୟସ ବୃଦ୍ଧି ହେଲେ ବ୍ୟକ୍ତି ଜଣଙ୍କ ନିଜ ପରିବାର, ସାଙ୍ଗସାଥି ଏବଂ ସହକର୍ମୀଙ୍କ ସହ ଏକ ଗୋଷ୍ଠୀ ଭାବେ ଜଡ଼ିତ ହୋଇଥାଏ । ପ୍ରତି ଲୋକ ଏବଂ ସେମାନଙ୍କ ଚିନ୍ତାଧାରା ଭିନ୍ନ ତେଣୁ କୌଣସି ନା କୌଣସି ପ୍ରକାରରେ ସେମାନଙ୍କ ପ୍ରଭାବ ଗୋଟିଏ ବ୍ୟକ୍ତି ଉପରେ ଦେଖିବାକୁ ମିଳିଥାଏ । ସେହି ବ୍ୟକ୍ତିଜଣଙ୍କ ଉପରେ ଅନ୍ୟମାନେ ସେମାନଙ୍କ ନିଷ୍ପତ୍ତିର ଚାପ ପକାଇଥାନ୍ତି । ଏହା ସେହି ବ୍ୟକ୍ତିର ମାନସିକ ଏବଂ ଇମୋସନାଲ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହି Adult Peer Pressure ଠାରୁ ଦୂରେଇ ରହିପାରିବେ ।

– ସାଙ୍ଗସାଥି ଏବଂ ପରିବାରର ସମର୍ଥନ: ଜର୍ନଲ ଅଫ୍ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍ ହ୍ୟୁମାନ୍ ବିହେଭିଅର ଅନୁଯାୟୀ ସାଙ୍ଗସାଥି ଏବଂ ଚିହ୍ନା ସମ୍ପର୍କୀୟଙ୍କ ସହ ହେଲ୍ପିଂ ନେଟୱାର୍କ କରିବା ଦ୍ୱାରା ନକାରାତ୍ମକ ଲୋକଙ୍କ ବିରୋଧ କରିବା ସହଜ ହୋଇଥାଏ । ତେଣୁAdult Peer Pressureରୁ ବର୍ତ୍ତିବା ପାଇଁ ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କୁ ହେଲ୍ପିଂ ନେଟୱାର୍କ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରୁନ୍ତୁ ।

– ସମାନ ବିଚାରଧାରା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରନ୍ତୁ: ସମାନ ବିଚାରଧାରା(like minded) ବ୍ୟକ୍ତିମାନଙ୍କ ସମ୍ପର୍କରେ ରହିଲେ ବ୍ୟକ୍ତିଗତ ବିକାଶ ହୋଇଥାଏ । ସମାନ ବିଚାରଧାରା ବ୍ୟକ୍ତିଙ୍କ ସହ ନେଟୱାର୍କ ସ୍ଥାପନ କଲେ ଆମ values and beliefs ଦୃଢ଼ ହୋଇଥାଏ । ଏହା ଆମକୁ ପ୍ରେରଣା ଦେବା ସହ ଉତ୍ତମ ବୁଝାମଣା କରିବାର ଜ୍ଞାନ ପ୍ରଦାନ କରିଥାଏ । ଏହା ଆତ୍ମ ଅଭିବ୍ୟକ୍ତି ଏବଂ ସ୍ୱିକୃତିର ଭାବନା ଉତ୍ପନ୍ନ କରିଥାଏ ।

– କଥା କହିବା ଶିଖନ୍ତୁ: ବେଳେ ବେଳେ Adult Peer Pressure ପ୍ରଭାବରେ ଆମେ ଭୁଲ ଓ ଠିକ୍ ମଧ୍ୟରେ ଫରକ କରିବା ଭୁଲି ଯାଇଥାଉ । ଯଦି ଆପଣ ଚାପମୁକ୍ତ ରହିବାକୁ ଚାହୁଁଛନ୍ତି ତେବେ ନିଜ କଥା/ମତ ଉପସ୍ଥାପନ କରିବା ଶିଖନ୍ତୁ । ନିଜେ ସେତିକି ସାହସୀ ନହେଲେ ଆପଣ କୌଣସି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରିବେ ।

– ନିଜ ମୂଲ୍ୟବୋଧ ସହ ସାଲିସ କରନ୍ତୁ ନାହିଁ: ଯେତେବେଳେ ଆମେ ନିଜ ମୂଲ୍ୟ ଏବଂ ଯୋଗ୍ୟତା ଉପରେ ବିଶ୍ୱାସ କରିଥାଉ ସେତେବେଳେ Adult Peer Pressureର ଶିକାର ହେବା ସମ୍ଭାବନା ହ୍ରାସ ପାଇଥାଏ । ଆମେ ନିଜ ଆବଶ୍ୟକତା ଏବଂ ଖୁସିକୁ ଅଧିକ ଗୁରୁତ୍ୱ ଦେଇଥାଉ । ଜୀବନରେ ସମସ୍ତ ପ୍ରକାର ନକାରାତ୍ମକ ପ୍ରଭାବ ଠାରୁ ଦୂରେଇ ରହିବା ପାଇଁ ରଣନୀତିର ବିକାଶ କରିବା ଉଚିତ ।