fbpx

ରାଷ୍ଟ୍ରପତି ଅମରୁଲ୍ଲା ସଲେହ ଛଡ଼ାଇନେଲେ ଚାରିକାର ଅଞ୍ଚଳ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇ ସାରିଛି । କିନ୍ତୁ କାବୁଲର ଉତ୍ତର ପଟକୁ ଥିବା ପରୱାନ ରାଜ୍ୟର ଚାରିକାର ଅଞ୍ଚଳକୁ ସ୍ୱତନ୍ତ୍ର କରି ରଖିପାରିଛନ୍ତି ରାଷ୍ଟ୍ରପତି ଅମରୁଲ୍ଲା ସଲେହ । ସୂଚନା ଅନୁସାରେ ସଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିବା ପରେ ତାଙ୍କ ସମର୍ଥନ ବୃଦ୍ଧି ପାଇଛି । ତାଙ୍କୁ ଜନତାଙ୍କ ସମର୍ଥନ ମିଳୁଥିବାବେଳେ ସେ ତାଲିବାନୀଙ୍କୁ ଦେଇଛନ୍ତି ଶକ୍ତ ଜବାବ ।

ସଲେହଙ୍କୁ ସମର୍ଥନ ଜଣାଇ ଆଫଗାନିସ୍ତାନ ୱାର ଲଡ୍ କୁହାଯାଉଥିବା ଜେନରାଲ ଅବଦୁଲ ରଶିଦ ଦୋସ୍ତମ୍, ଅତାର ମହମ୍ମଦ ନୁରଙ୍କ ଏବଂ ଅହମ୍ମଦ ମସୁଦଙ୍କ ସୈନ୍ୟ ନୂଆ ଆଲିଆନ୍ସରେ ସାମିଲ ହୋଇସାରିଛନ୍ତି । ଏପରିକି ପଞ୍ଜଶିର୍ରେ ମିଳିତ ଭାବେ ସେମାନେ ନଦର୍ଣ୍ଣ ଆଲାୟନ୍ସର ପତାକା ଉଡ଼ାଇ ସାରିଛନ୍ତି । ଫଳରେ ଏହା ତାଲିବାନୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ପଞ୍ଜଶିର ନିକଟବର୍ତ୍ତୀ ଅଞ୍ଚଳ ଚାରିକାରକୁ ଦୁଇ ପଟେ ଆକ୍ରମଣ କରି ତାଲିବାନ କବଳରୁ ମୁକ୍ତ କରିବାରେ ସଲେହଙ୍କ ନେତୃତ୍ୱରେ ଆଲାୟନ୍ସ ସଫଳ ହୋଇପାରିଛି । ଆଫଗାନିସ୍ତାନର ପ୍ରମୁଖ ସୈନ୍ୟ ଅଧିକାରୀ ଗୁପ୍ତରେ ଉକ୍ତ ଅଞ୍ଚଳକୁ ଗସ୍ତ କରି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଆଲିଆନ୍ସକୁ ଅନ୍ୟ ଦେଶର ସହଯୋଗ ମଧ୍ୟ ମିଳିବାରେ ଲାଗିଛି । ୨୧ ବର୍ଷ ପରେ ଏହି ଆଲାୟନ୍ସ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.