fbpx

ଆଫଗାନିସ୍ତାନର ଏକମାତ୍ର ପର୍ଣ୍ଣଷ୍ଟାର୍ କଲେ ଅନେକ ଖୁଲାସା, କହିଲେ- ତାଲିବାନୀ ଆସିବା ପରେ କଣ ଚାଲିଛି ଦେଶରେ

ନୂଆଦିଲ୍ଲୀ: ୟାସମୀନା ଅଲୀ ହେଉଛନ୍ତି ଆଫଗାନିସ୍ତାନର ଏକମାତ୍ର ପର୍ଣ୍ଣଷ୍ଟାର୍ । ୟାସମୀନାଙ୍କ କହିବା କଥା ଯେ, ତାଙ୍କ କାମ ସମ୍ପର୍କରେ ତାଲିବାନୀ ମାନଙ୍କ ପାଖରେ ତଥ୍ୟ ରହିଛି । ଆଉ ଏହା ବି ସମ୍ବବ ହୋଇପାରେ ଯେ, ସେମାନେ ତାଙ୍କ ଫିଲ୍ମ ମଧ୍ୟ ନିଶ୍ଚୟ ଦେଖୁଥିବେ । ତେବେ ୟାସମୀନା ବର୍ତ୍ତମାନ ଆଫଗାନିସ୍ତାନରେ ନାହାନ୍ତି । କିନ୍ତୁ ୧୯୯୦ ମସିହାରେ ଯେତେବେଳେ ଆଫଗାନିସ୍ତାନ ଉପରେ ତାଲିବାନୀ ମାନେ ବିଜୟପ୍ରାପ୍ତ କରିଥିଲେ ସେ ସମୟରେ ସେ ସେଠାରେ ଉପସ୍ଥିତ ଥିଲେ । ସେ ଅତି ନିକଟରୁ ତାଲିବାନୀଙ୍କ କ୍ରୁରତାର ସାମନା କରିଛନ୍ତି ।

ରିପୋର୍ଟ ଅନୁସାରେ, ୟାସମୀନା ଅଲୀ ଛୋଟ ବେଳରୁ ହିଁ ଆଫଗାନିସ୍ତାନରୁ ବ୍ରିଟେନକୁ ଚାଲି ଆସିଥିଲେ । ଏବେ ତାଙ୍କୁ ଆଫଗାନିସ୍ତାନର ଏକମାତ୍ର ପର୍ଣ୍ଣ ଷ୍ଟାର୍ ରୂପେ ଜଣାଯାଏ । ଆଡଲ୍ଟ ଇଣ୍ଡଷ୍ଟ୍ରୀରେ ପାଦ ରଖିବା ପାଇଁ ସେ ମୁସଲିମ୍ ଧର୍ମ ଛାଡ଼ିଥିଲେ । ଆଇ ହେଟ୍ ପର୍ଣ୍ଣ ପୋଡକାଷ୍ଟରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ତାଲିବାନୀ ମାନେ ମୋ କାମକୁ ଘୃଣା କରନ୍ତି । ସେମାନେ ଆଦୌ ଚାହାନ୍ତି ନାହିଁ ଯେ, ଆଫଗାନିସ୍ତାନ ପର୍ଣ୍ଣ ପାଇଁ ଜଣାଯାଉ । ସେ ଭାବୁଛନ୍ତି ଯେ, ମୁଁ ମୋ ଶରୀର ଦେଖାଇବା ଭଳି ସାହାସ କେମିତି କଲି” । ସେ କହିଛନ୍ତି ଯେ, ତାଙ୍କ ପାଖକୁ ଅନେକ ଏପରି ମେସେଜ୍ ଆସେ ଯେଉଁଥିରେ ତାଙ୍କୁ ଜିହୁଦି ବା ଅଣ୍ଡରକଭର୍ ବୋଲି କୁହାଯାଉଛି ।

ସେ ଆଗକୁ କହିଛନ୍ତି ଯେ, ତାଲିବାନୀ ମାନେ ମହିଳାଙ୍କୁ ବସ୍ତୁ ବୋଲି ଭାବନ୍ତି । ସେମାନଙ୍କ ପାଇଁ ମହିଳା ମାନଙ୍କ ଭାବନା, ଇଚ୍ଛାର କୌଣସି ମୂଲ୍ୟ ନାହିଁ । ତାଲିବାନୀଙ୍କ ଶାସନରେ ବଳାତ୍କାର ବୋଲି କୌଣସି ଜିନିଷ ନଥାଏ । ସେମାନେ ଯାହା ଇଛା କରନ୍ତି ତାହା ହିଁ ହୁଏ । ସେମାନେ ମହିଳାଙ୍କ ସହିତ ଯାହା ଇଛା ତାହା କରନ୍ତି । ୟାସମୀନା କହିଛନ୍ତି ଯେ, ମୁଁ ଛୋଟ ଥିବା ବେଳେ ଦେଖିଛି ଯେ, ଲୋକମାନଙ୍କୁ ଧାର୍ମିକ ନହେଲେ କିମ୍ବା ଧାର୍ମିକ ପୋଷାକ ନପିନ୍ଧିଲେ ମାଡ଼ ମରାଯାଉଥିଲା । ମହିଳା ସମେତ ପୁରୁଷଙ୍କୁ ମଧ୍ୟ କ୍ରୁରତାର ସାମନା କରିବାକୁ ପଡ଼ୁଥିଲା ।

Get real time updates directly on you device, subscribe now.