(Video) ଛେଳି ଭୟରେ ଗଛରେ ଚଢ଼ିଲେ ଯୁବତୀ, ହେଲେ ଛାଡ଼ିଲାନି ଛେଳି…ଗୋଡ଼ାଇ ଗୋଡ଼ାଇ କଲା ବେହାଲ
ମୁଣ୍ଡରେ ମାରି ପକାଇଲା ଛେଳି । ଛେଳି ଭୟରେ ଗଛରେ ଚଢ଼ିଲେ ଯୁବତୀ ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକେ ଖୁବ୍ମାତ୍ରାରେ ଶେୟାର କରିବା ସହ କମେଣ୍ଟ ଗଦା କରିପକାନ୍ତି ।
କିଛି ଲୋକ ଭାଇରାଲ ଭିଡିଓକୁ ମନୋରଞ୍ଜନର ଏକ ମଧ୍ୟମ ବୋଲି ମଧ୍ୟ ଭାବିନିଅନ୍ତି । ନିକଟରେ ଏକ ଭିଡିଓ ଶୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକ ବେଶ୍ ଉପଭୋଗ କରୁଥିବାର ଦେଖାଯାଉଛି ।
ଭାଇରାଲ ଭିଡିଓ ଅନୁସାରେ, ୨ ଜଣ ଯୁବତୀ ଦୌଡ଼ୁଛନ୍ତି ଏବଂ ଏକ ଛେଳି ସେମାନଙ୍କୁ ଗୋଡାଉଛି । ୨ ଜଣଯାକ ଯୁବତୀ ଜୀବନ ବିକଳରେ ଗଛରେ ଚଢ଼ି ଯାଉଥିବାବେଳେ ଛେଳି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡରେ ମାରୁଥିବା ଦେଖିବାକୁ ମିଳିଛି ।
ଯୁବତୀ ଯେତେ ଗଛର ଉପରକୁ ଚଢ଼ୁଛନ୍ତି, ଛେଳି ଡେଇଁ ଡେଇଁ ତାଙ୍କ ପଛପଟକୁ ମୁଣ୍ଡରେ ମାରୁ ଥିବାର ଦେଖିବାକୁ ମିଳିଛି । ବହୁ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଦେଖି ଶେୟାର କରୁଥିବାର ଦେଖିବାକୁ ମିଳିଛି । ଏତିସହ ଭିଡିଓର କମେଣ୍ଟ ବକ୍ସରେ ବହୁ ମଜାଳିଆ କମେଣ୍ଟ ଲେଖିଥିବା ମଧ୍ୟ ଦେଖିବାକୁ ମିଳିଛି ।
दीदी अब इससे पंगा नहीं लेगी 😆
अब दीदी कुछ दिनों तक बैठ नहीं पाएगी 😆😆 pic.twitter.com/NcUDrJaLg6
— Nisha (@y_iamcrazyy) April 5, 2025