fbpx

୧୦ ମାସ ପରେ ପୁଣି ଥରେ ଉଡାଣ ଭରିଲା ଦୁନିଆର ସବୁଠୁ ବଡ ବିମାନ

Advertisement

ନୂଆଦିଲ୍ଲୀ : ଦୁନିଆର ସବୁଠୁ  ବିଶାଳ ବିମାନ ପୁଣି ଥରେ ଆକାଶରେ ଉଡାଣ ଭରିଛି। ଦୁନିଆର ସବୁଠୁ ଓଜନିଆ ଏବଂ ଦୀର୍ଘ ସମୟ ଧରି ଉଡୁଥିବା ଏହି  ବିମାନର ନାମ ଏଣ୍ଟୋନୋଭ ଏଏନ-୨୨୫। ବିମାନଟି ମଙ୍ଗଳବାର ପ୍ରାୟ ଏକ ବର୍ଷ ପରେ ନିଜର ପ୍ରଥମ ଉଡାଣ ଭରିଛି। ୮୪ ମିଟର ଲମ୍ବର ଏହି ବିଶାଳ ବିମାନ ମଙ୍ଗଳବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ୟୁକ୍ରେନର ରାଜଧାନୀ କିଭର ଗୋଷ୍ଟୋମେଲ ଏଣ୍ଟୋନୋଭ ବିମାନ ବନ୍ଦରରୁ ଉଡାଣ ଭରିଛି। ସେହି ଦିନର ଖବର ଲେଖାଯିବା ପର୍ଯ୍ୟନ୍ତ ବିମାନଟି ପଶ୍ଚିମ-ଏସିଆ ଉପରେ ପୂର୍ବ ଅଭିମୁଖେ ଗତି କରୁଛି।

ସୂଚନା ଅନୁଯାୟୀ, ଏଣ୍ଟୋନୋଭ ଏଏନ-୨୨୫ ବିମାନ ୟୁଆର୮୨୦୬୦ ମଙ୍ଗଳବାର ଗୋଷ୍ଟୋମେଲ୍ ଏଣ୍ଟୋନୋଭ ବିମାନ ବନ୍ଦରରୁ ପ୍ରସ୍ଥାନ କରିଛି। ଦକ୍ଷିଣ ଅଭିମୁଖେ ଉଡାଣ  ଭରିବା ପରେ ବିମାନ କାଲା ସାଗର ଉପରେ ପୂର୍ବ ଅଭିମୁଖେ ଗତି କରୁଛି। କାସ୍ପିଆନ ସାଗର ଓ ତୁର୍କମେନିସ୍ତାନ ଅତିକ୍ରମ କରିବା ପୂର୍ବରୁ ଜର୍ଜିଆ ଓ ଅଜରବୈଜାନରେ ଏହି ବିମାନକୁ ଦେଖିବାକୁ ମିଳିବ।

ଇଂରାଜୀ ଓ୍ଵେବସାଇଟ ସିମ୍ପଲ ଫ୍ଲାଇଙ୍ଗ୍  ସୂତ୍ର ଅନୁଯାୟୀ, ଏଣ୍ଟୋନୋଭ ବିମାନ କାବୁଲର ହାମିଦ କାରଜାଇ ଅନ୍ତର୍ଜାତୀୟ ବିମାନ ଅଭିମୁଖେ ଉଡାଣ ଭରିଥିଲା। ଏହି ବିମାନ ବୁଧବାର ଆଫଗାନିସ୍ତାନର ରାଜଧାନୀରେ ଅବତରଣ କରିଛି। ହେଲେ ଏ ପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

 

Get real time updates directly on you device, subscribe now.