fbpx

୭ ଦିନ ପରେ ପଡୁଛି ବର୍ଷର ସବୁଠାରୁ ବଡ ଏକାଦଶୀ, ଏହି ଉପାୟ କଲେ ଭରିଯିବ ଧନର ଭଣ୍ଡାର

Advertisement

ଓଡ଼ିଶା ଭାସ୍କର: ପ୍ରତି ମାସରେ ଦୁଇଟି ଏକାଦଶୀ ପଡିଥାଏ । ଏହି ହିସାବରେ ବର୍ଷରେ ମୋଟ ୨୪ ଏକାଦଶୀ ପଡିଥାଏ । ଏଥିମଧ୍ୟରେ ନିର୍ଜଳା ଏକାଦଶୀକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଏହା ବର୍ଷର ସବୁଠାରୁ ବଡ ଏକାଦଶୀ ।
ଚଳିତ ବର୍ଷ ନିର୍ଜଳା ଏକାଦଶୀ ବ୍ରତ ଜୁନ୍ ୧୮ ତାରିଖରେ ରଖାଯିବ । ଜ୍ୟୋତିଷବିଦ୍‌ଙ୍କ ମତରେ ଏହିଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀ ଘରେ ଧନର ଭଣ୍ଡାର ଲଗାଇ ଦେଇଥାନ୍ତି ।
୧-ଏହିଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗାଜଳ ଭରି ଶ୍ରୀବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଶ୍ରୀବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କୁ ବି ପୂଜା କରନ୍ତୁ ।
୨-ହଳଦୀ କଉଡି ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରନ୍ତୁ । ପରେ ଏହାକୁ ଲାଲ କପଡାରେ ବାନ୍ଧି ଟ୍ରେଜେରୀରେ ରଖି ଦିଅନ୍ତୁ । ଦ୍ରୁତ ଗତିରେ ଧନ ବୃଦ୍ଧି ପାଇବ ।
୩-ଏହିଦିନ ତୁଳସୀଙ୍କ ନିକଟରେ ମନ୍ତ୍ର ଜପି ପ୍ରଣାମ କରନ୍ତୁ ।
୪-ଅଶ୍ୱତ୍ଥ ବୃକ୍ଷ ମୂଳରେ କ୍ଷୀର ମିଶା ଜଳ ଚଢାନ୍ତୁ ଓ ଧୂପ ଦୀପ ଜଳାଇ ବିଧିବଦ୍ଧ ଭାବରେ ପୂଜା କରନ୍ତୁ ।
୫-ବ୍ରତ ପାରଣ ପରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଚଢାନ୍ତୁ । ଧ୍ୟାନ ରଖିବେ ବ୍ରତ ସମୟରେ ତୁଳସୀ ମୂଳରେ ପାଣି ଦେବେ ନାହିଁ ।

Get real time updates directly on you device, subscribe now.