fbpx

ନିର୍ବାଚନ ସରିବା ପରେ ପରେ ତୁରନ୍ତ ମୂଲ୍ୟ ବୃଦ୍ଧି, ଅମୂଲ ପରେ ମଦର ଡାଏରୀ ବୃଦ୍ଧି କଲା କ୍ଷୀର ମୂଲ୍ୟ

Advertisement

ନୂଆଦିଲ୍ଲୀ: ଅମୂଲ ପରେ ଏବେ ମଦର ଡାଏରୀ ଗ୍ରାହକଙ୍କୁ ଝଟକା ଦେଇଛି । ଦିଲ୍ଲୀ ଏନସିଆର୍‌ରେ ମଦର ଡାଏରୀ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି । ଏହାର କାରଣ ଗତ ୧୫ ମାସ ଧରି ଏହାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ବୋଲି କୁହାଯାଇଛି । ସମସ୍ତ ପ୍ରକାର କ୍ଷୀର ମୂଲ୍ୟ ବୃଦ୍ଧି ୩ ଜୁନ୍ ସୋମବାରରୁ ଦିଲ୍ଲୀ ଏନସିଆର୍ ସହିତ ଅନ୍ୟ ବଜାରରେ ବି ଲାଗୁ ହୋଇଯାଇଛି । ଜୁନ୍ ୨ରେ ଅମୂଲ ବ୍ରାଣ୍ଡ କ୍ଷୀର ମୁଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ଘୋଷଣା କରିଥିଲା ।

ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ସରିବା ପରେ ପରେ ଏହି ଦୁଇ କ୍ଷୀର ଯୋଗାଣକାରୀ ବ୍ରାଣ୍ଡ ଦର ବୃଦ୍ଧି କରିଛନ୍ତି । କାଲି ଆସିବ ନିର୍ବାଚନ ଫଳାଫଳ । ମଦର ଡାଏରୀ କହିଛି ଉତ୍ପାଦନ ଖର୍ଚ୍ଚ ଭରଣା କରିବା ପାଇଁ ଏହି ବୃଦ୍ଧି କରାଯାଇଛି । ଗତ ଏକ ବର୍ଷରୁ ଅଧିକ ସମୟ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି ।

ଦିଲ୍ଲୀ ଏନସିଆର୍‌ରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ଏବେ ଲିଟର ପ୍ରତି ୬୮ ଟଙ୍କା, ଟୋନ୍‌ଡ୍ ଓ ଡବଲ ଟୋନଡ୍ କ୍ଷୀର ଲିଟର ପ୍ରତି ଯଥାକ୍ରମେ ୫୬ ଓ ୫୦ଟଙ୍କା ରହିଛି । ସେହିପରି ମଇଁଷି ଓ ଗାଈ କ୍ଷୀର ଲିଟର ପ୍ରତି କ୍ରମଶଃ ୭୨ ଓ ୫୮ ଟଙ୍କା ରହିବ ।

Get real time updates directly on you device, subscribe now.