ଆୟୁଷ୍ମାନ MOU ପରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ସହ ସମାଲୋଚନା, କହିଲେ ପୂର୍ବ ସରକାର ବଞ୍ଚିତ କରିଥିଲେ

ଆୟୁଷ୍ମାନ MOU ପରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି । ପୂର୍ବ ସରକାରକୁ ସମାଲୋଚନା କଲେ ମୋଦୀ ।

ନୂଆଦିଲ୍ଲୀ: ଓଡ଼ିଶାରେ ଆୟୁଷ୍ମାନ ଲାଗୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଚ କରି ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ- ବିଜେପି ପୂର୍ବରୁ ସରକାର ଗଢିଥିବା ବିଜେଡି ସରକାରଙ୍କୁ ନରେନ୍ଦ୍ର ମୋଦୀ ସମାଲୋଚନା କରିଛନ୍ତି । ସେ ପୋଷ୍ଟ କରି କହିଛନ୍ତି, “ ବିଡମ୍ବନା ଯେ, ପୂର୍ବ ସରକାରଙ୍କ ପାଇଁ ଲୋକେ ଆୟୁଷ୍ମାନ ସୁବଧା ପାଇବା ପାଇଁ ବଞ୍ଚିତ ହୋଇଥିଲେ । ବର୍ତ୍ତମାନ ଏହି ଯୋଜନା ଲାଗୁ ହେବ ।

ଏହା ସାଧାରଣ ଲୋକଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବ । ବିଶେଷକରି ଓଡିଶାର ନାରୀ ଶକ୍ତି  ଏବଂ ବୟସ୍କ ବର୍ଗ ଉପକୃତ ହେବେ ।”

ଦ୍ବିପହରରେ ହୋଇଥିଲା ଏମଓୟୁ- ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ରାଜ୍ୟରେ ସାଢେ 3ଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏହା ଦ୍ବାରା 1.3 କୋଟି ପରିବାରରେ ସାଢେ 3 କୋଟି ଲୋକ ଉପକୃତ ହେବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।