Breaking: କ୍ୟାନ୍ସର ଚିହ୍ନଟର ୩୦ ଦିନ ଭିତରେ ଚିକିତ୍ସା ସୁବିଧା, ୯୦% ଲୋକ ଅୟୁଷ୍ମାନ ଯୋଜନାରୁ ଲାଭବାନ

ପୁରୀ: ପୁରୀରେ ଦେଶର ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଆୟୋଜିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କାର୍ଯ୍ୟକ୍ରମର ଉଦଘାଟନୀ କରିଛନ୍ତି ।

ଆୟୋଜିତ କାର୍ଯ୍ୟକ୍ରମରେ ମୋହନ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି ।

ଫାର୍ମାସିଟିକାଲ ଏଜୁକେଶନ୍ ଏବଂ ରିସର୍ଚ୍ଚ ସାଙ୍ଗକୁ ଅଲଇଣ୍ଡିଆ ଇନ୍େଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ ହିଅରିଂ ଖୋଲିବାକୁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷରେ କହିଛନ୍ତି ।

ଏତଦବ୍ୟତୀତ ଓଡ଼ିଶାର ୩୮୨ ପବ୍ଲିକ୍ ଏନକ୍ୟୁଏ ହେଲ୍ଥ ଫାସିଲିଟିଜକୁ ଏନକ୍ୟୁଏ ସାର୍ଟିଫିକେଟ୍ ମିଳିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆୟୁଷ୍ମାନ ଯୋଜନାରେ ୯୦% ଲୋକ ଲାଭବାନ ହୋଇଛନ୍ତି । ଓଡ଼ିଶାରେ ମାତୃଶିଶୁ ମୃତ୍ୟୁହାର କମିଛି; ଯାଏ ଏକ ଗୌରବର କଥା ।

ଓଡ଼ିଶାବାସୀଙ୍କ ଅଭାବ ଦୂର ହୋଇଛି । ଟିବିମୁକ୍ତ ଭାରତ ଅଭିଯାନର ବଡ଼ ସଫଳତା ମିଳିଛି ବୋଲି କହିଲେ ଜେପି ନଡ୍ଡା । ଏଥିସହ କ୍ୟାନ୍ସର ଚିହ୍ନଟ ହେବାର ୩୦ ଦିନ ଭିତରେ ଚିକିତ୍ସା ଯୋଗାଇ ଦିଆଯାଉଛି ।