fbpx

ପୁଣି ରାଜ୍ୟ ଉପରେ ଦୋଷ ଲଦିଲେ କେନ୍ଦ୍ର ସରକାର, ମନ୍ତ୍ରୀ କହିଲେ ମହଙ୍ଗା ବିମାନ ଯାତ୍ରା ପାଇଁ ଅଣ-ବିଜେପି ଶାସିତ ରାଜ୍ୟ ଦାୟୀ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧିକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଅଣ -ବିଜେପି ଶାସିତ ରାଜ୍ୟ ଗୁଡ଼ିକୁ ଟାର୍ଗେଟ କରିଛନ୍ତି । ପୁର୍ବ ବେସାମରିକ ମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଗୁଡ଼ିକ ବିମାନ ଟର୍ବାଇନ ଇନ୍ଧନ(ଏଟିଏଫ) ଉପରେ ୨୫ ପ୍ରତିଶତ ଭାଟ୍ ଲଗାଇଛନ୍ତି । ଯାହା କାରଣରୁ ବିମାନ ଟିକେଟ ଦର ବୃଦ୍ଧି ପାଇଛି ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ହରଦୀପ ସିଂ ପୁରୀ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ବିମାନ ପରିଚାଳନା କରିବା କ୍ଷେତ୍ରରେ ୪୦% ଏଟିଏଫର ହୋଇଥାଏ । ଯଦି ଏଟିଏଫ ମହଙ୍ଗା ହୁଏ, ତେବେ ବିମାନ ଟିକେଟ୍ ଦାମ ମଧ୍ୟ ବୃଦ୍ଧି ପାଇବ ।

ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ମାନଙ୍କରେ ଭାଟ୍ ନା ବରାବର ରହିଛି । ଏହି ସମୟରେ ସେ ଉତ୍ତରପ୍ରଦେଶମ, ନାଗାଲାଣ୍ଡ ଏବଂ ଜାମ୍ମୁ କାଶ୍ମୀର ଭଳି ରାଜ୍ୟ ଗୁଡ଼ିକର ଉଦାହରଣ ଦେଇଥିଲେ । ଯେଉଁଠାରେ ମାତ୍ର ଏକ ପ୍ରତିଶତ ଭାଟ୍ ଲାଗୁ ହୋଇଛି । ପୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଛନ୍ତି ଯେ ବିମାନରେ ଯାତ୍ରା କରିବା ଏତେ ଶସ୍ତା ହେବ ଯେ ସାଧାରଣ ଲୋକ ମଧ୍ୟ ଜାହାଜରେ ଯାତ୍ରା କରିପାରିବେ, କିନ୍ତୁ ଏହି ରାଜ୍ୟଗୁଡ଼ିକ ଏଥିରେ ବାଧା ସୃଷ୍ଟି କରିଛନ୍ତି।

Get real time updates directly on you device, subscribe now.