fbpx

ଗଣିତ ଜମା ବୁଝି ହେଉନି: ଦହି ଉପରେ ଲାଗୁ ହେଲା ୫ ପ୍ରତିଶତ GST, ୧୦ ଟଙ୍କିଆ ଦହିର ମୂଲ୍ୟ ଏବେ ବଢ଼ି ୧୫ ଟଙ୍କା ହେଲା

ନୂଆଦିଲ୍ଲୀ: ଗତ ମାସରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ପ୍ୟାକେଡ୍ ସାମଗ୍ରୀକୁ ଜିଏସଟି ଅଧୀନକୁ ଆଣିଥିଲେ । ଜୁଲାଇ ୧୮ ତାରିଖରେ ସାରା ଦେଶରେ ଏହା ଲାଗୁ ହୋଇଥିଲା । ପ୍ୟାକେଡ୍ ଦୁଗ୍ଧଜାତ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ନିର୍ଦ୍ଧାରିତ ହୋଇଥିଲା । ଏବେ କମ୍ପାନୀମାନେ ୫୦ ପ୍ରତିଶତ ଦର ବୃଦ୍ଧି କରିଛନ୍ତି ।

ପୂର୍ବରୁ ୧୦ ଟଙ୍କାରେ ମିଳୁଥିବା ପ୍ୟାକେଡ୍ ଦହିର ମୂଲ୍ୟ ଏବେ ୧୫ ଟଙ୍କାରେ ପହଞ୍ଚି ଯାଇଛି । ମୂଲ୍ୟ ବଢ଼ିବା ଯଦିଓ ପୂର୍ବରୁ ସ୍ଥିର ହୋଇଥିଲା, ତେବେ ଏକାଥରକେ ୫ ଟଙ୍କା ବଢ଼ିବା ସାଧାରଣ ଜନତାଙ୍କ ମୁସ୍କିଲ ବଢ଼ାଇ ଯାଇଛି । ଦେଶର ନାମୀ କମ୍ପାନୀ ବ୍ରିଟାନିଆ ଏହି ନିଷ୍ପତ୍ତି ନେଇଛି । ପୂର୍ବରୁ ୮୦ ଗ୍ରାମ ବିଶିଷ୍ଟ ପ୍ୟାକେଡ୍ ଦହିର ମୂଲ୍ୟ ୧୦ ଥିବା ବେଳେ ଏବେ ତାହା ୧୫ରେ ପହଞ୍ଚି ଯାଇଛି ।

କେନ୍ଦ୍ର ସରକାର ଦହି ଉପରେ ୫ ପ୍ରତିଶତ ଜିଏସଟି ଲଗାଇଥିଲେ । ତେବେ ହିସାବ ଦୃଷ୍ଟିରୁ ଏହାର ମୂଲ୍ୟ ବଢ଼ି ୧୦.୫୦ ଟଙ୍କା ହେବା କଥା । ମାତ୍ର ଏହା ଏକାଥରକେ ସୀମା ପାର କରିଗଲା । କମ୍ପାନୀମାନଙ୍କର ଏହି ମନମୁଖୀ କାର୍ଯ୍ୟ ପାଇଁ ଜନସାଧାରଣ କଲବଲ ହେବା ହିଁ ସାର । ସେହିପରି ୧୫୦ ଏମଏଲ ସୁଧା ଲସି ୧୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୨ ଟଙ୍କା ହୋଇଯାଇଛି । ୧୪୦ ଏମଏଲ ମ୍ୟାଙ୍ଗୋ ଲସିର ମୂଲ୍ୟ ୧୦ ଥିବା ବେଳେ ତାହା ଏବେ ୧୨ ଟଙ୍କାରେ ପହଞ୍ଚିଛି ।

Get real time updates directly on you device, subscribe now.